Home ଜିଲ୍ଲା ପରିକ୍ରମା ଜଳିଗଲା ୧୨ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତି ପାଉଁଶ

ଜଳିଗଲା ୧୨ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତି ପାଉଁଶ

14

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ ବିନାୟକପୁର ପଂଚାୟତ ବାଗଦା ବିନାୟକପୁର ବେହେରାସାହିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଗତ ବୁଧବାର ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ଛଅ ପରିବାରର ୧୨ ବଖରା ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।ଚାଳ ଛପର ଘର ସମେତ ସମସ୍ତ ଆସବାବପତ୍ର, ସୁନାରୁପା ଅଳଙ୍କାର ଓ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ପାଉଁଶ ହୋଇଛି। ସର୍ବସ୍ୱ ହରାଇ ଅଗ୍ନି ବିପନ୍ନ ହରିହର ଓଝା, ଶଶିକାନ୍ତ ଓଝା, ମନୋହର ଓଝା, ଉଦୟ ନାରାୟଣ ଓଝା, ଅକ୍ଷୟ ଓ ରମେଶ ଓଝା ଭାଙ୍ଗି ପଡିଛନ୍ତି। ଓଝା ପରିବାର ରାତିରେ ଶୋଇଥିବା ବେଳେ ରାତି ପ୍ରାୟ ତିନିଟା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା। ସେହି ରାସ୍ତା ଦେଇ ଫେରୁଥିବା ବରଯାତ୍ରୀ ଦଳ ନିଆଁ ଲାଗିଥିବା ଦେଖି ଡ଼ାକ ପକାଇଥିଲେ। ବିପନ୍ନ ପରିବାର ଜୀବନ ବିକଳରେ ପଦାକୁ ଧାଇଁଥିଲେ। ଚାହୁଁ ଚାହୁଁ ସମଗ୍ର ବଖରାକୁ ବ୍ୟାପି ଯାଇଥିଲା ନିଆଁ। ପାଖ ପଡୋଶୀ ନିଆଁ କୁ ଆୟତ କରିବାକୁ ଉଦ୍ୟମ କରିବାସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ନିଆଁ କୁ ଆୟତ କରିଥିଲେବି ସବୁ କିଛି ଜଳିଯାଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.