Home ଓଡ଼ିଶା ଜଳସାଥୀ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଲୋକଙ୍କ ବିଶ୍ବାସଭାଜନ ହେବାକୁ ଜଳସାଥୀଙ୍କୁ ନବୀନଙ୍କ ପରାମର୍ଶ

ଜଳସାଥୀ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଲୋକଙ୍କ ବିଶ୍ବାସଭାଜନ ହେବାକୁ ଜଳସାଥୀଙ୍କୁ ନବୀନଙ୍କ ପରାମର୍ଶ

384

ଭୁବନେଶ୍ୱର ୧୮-୧୨ (ଓଡ଼ିଆ ପୁଅ) ଭୁବନେଶ୍ୱରର ରେଳ ଅଡ଼ିଟୋରିୟମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜଳସାଥି ଭାବେ ନିୟୋଜିତ ଏବଂ ୱାର୍ଡସ୍ତରୀୟ ଜଳଯୋଗାଣ ଓ ଖାଉଟି ପରିଚାଳନାକୁ ହସ୍ତାନ୍ତର କରିବା ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଳସାଥୀ ଆପ୍‌ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଳସାଥୀ ଆପ୍‌ରେ ଜଳକର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଜଳ କର ଆଦାୟ କରିବେ SHG ମହିଳା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଉଦ୍‌ବୋଧନ କହିଛନ୍ତିଯେ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ସ୍ବଚ୍ଛ ପିଇବା ପାଣି ଆବଶ୍ୟକ। ଜଳସାଥୀରେ ମିସନ ଶକ୍ତି ମାଆମାନେ ସାମିଲ ହେବା ବଡ଼ ଖୁସିର କଥା।

ସୂଚନାଯୋଗ୍ୟଯେ, ୧୧୪ଟି ପୌରାଞ୍ଚଳରେ ଏଣିକି ଜଳ କର ଆଦାୟ କରିବେ ଜଳସାଥୀ। ଜଳସାଥୀଙ୍କୁ ଯୋଗାଯିବ ପରୀକ୍ଷଣ କିଟ୍‌ ଓ POS ମେସିନ। ଏଥିପାଇଁ ୱାଟ୍‌କୋ ଓ ALF ସଂସ୍ଥା ସହ ରାଜିନାମା ସ୍ବାକ୍ଷରିତ ହୋଇଛି।

5T ଭିତ୍ତିରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ଜଳସାଥୀ’ କାର୍ଯ୍ୟକ୍ରମ ମହିଳା ମାନଙ୍କୁ ଆହୁରି ବିକାଶ ପଥରେ ଆଗେଇନେବ ବୋଲି ଆଶାକରାଯାଉଛି।

ମାଆମାନେ ସେବା ଯୋଗାଇବାର ସୁଯୋଗ ପାଇବେ, ଲୋକଙ୍କ ବିଶ୍ବାସଭାଜନ ହେବାକୁ ଜଳସାଥୀଙ୍କୁ ନବୀନଙ୍କ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ନଭେମ୍ବର ମାସର ଜଳକର ୫୯୩ ଟଙ୍କା ଦେଇଛନ୍ତି। ଏବେ ଘରେ ଘରେ ୱାଟର ମିଟର ବସିବା ସହିତ ପ୍ରତି ୧୦୦୦ ଲିଟର ପାଣି ବ୍ୟବହାରକଲେ ୪ ଟଙ୍କା ୮୦ ପଇସା ଦେବାକୁ ପଡ଼ିବ। ମହିଳା ଜଳସାଥୀମାନେ ଜଳକର ଆଦାୟ କରିବେ।

ଏହା ସହ ରାଜଧାନୀର ୮ଟି ଓ୍ୱାର୍ଡରେ ଆରମ୍ଭ ହୋଇଛି ୨୪ ଘଣ୍ଟିଆ ପାଇପ୍ ପାଣି ବ୍ୟବସ୍ଥା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.