Home କେନ୍ଦୁଝର ଜଳସମ୍ପଦ ବିଭାଗ ପାଲଟିଛି ଦୁର୍ନିତିର ଗନ୍ତାଘର୫କୋଟି ଟଙ୍କାର ରାସ୍ତାକାମ ୫ମାସ ବି ଗଲାନି, ଏବେ ଖାଲଖମାରେ

ଜଳସମ୍ପଦ ବିଭାଗ ପାଲଟିଛି ଦୁର୍ନିତିର ଗନ୍ତାଘର୫କୋଟି ଟଙ୍କାର ରାସ୍ତାକାମ ୫ମାସ ବି ଗଲାନି, ଏବେ ଖାଲଖମାରେ

39

ହାଟଡ଼ିହି, ୨୩ । ୮, : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଳସମ୍ପଦ ବିଭାଗ ପାଲଟିଛି ଦୁର୍ନିତିର ଗନ୍ତାଘର । ଏଠାରେ ହେଉଥିବା ଉନ୍ନୟନ ମୁଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବାବେଳେ ନିମ୍ନମାନର କାମ ଯୋଗୁଁ କାମ ଗୁଡିକ ଦିନ କେଇଟାରେ ନଷ୍ଟ ହୋଇଯାଉଛି । କୋଟି କୋଟି ଟଙ୍କାର କାମ ଚାଲୁଥିବାବେଳେ ତୋର ଅଧେକୁ ମୋର ଅଧେ ନୀତିରେ କାମ ଗୁଡିକ ହେଉଥିବାରୁ ରାସ୍ତାଘାଟ ଓ କେନାଲ କାମ ଗୁଡିକ ଅତି ନିମ୍ନମାନର ହୋଇ ଦିନ କେଇଟାରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଉଛି । ଏହି ବିଭାଗ ଅଧିନରେ ଥିବା ବିଦ୍ୟାଧରପୁର – ପନ୍ଦାଡୋ ଜଳସେଚନ ବିଭାଗ ରାସ୍ତା ନିର୍ମାଣରେ ବ୍ୟାପକ ଅନିମିତତା ହୋଇଛି । ଏହି ରାସ୍ତାଟି ଉପରେ ହାଟଡିହି ବ୍ଲକର ବାଲିବରେଇ, ପଢ଼ିଆରିପଲ୍ଲି, ସଢ଼ା, ପନ୍ଦାଡୋ, ବାଙ୍ଗୋର, ଜମ୍ଭୀରା, ଢ଼େଙ୍କା, ସୋସୋ, ହାଟଡିହି ଆଦି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ୬ବର୍ଷ ପୁର୍ବେ ଏହି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ସରକାର ରାସ୍ତାଟିକୁ ଉନ୍ନତ ମାନର କରିବାପାଇଁ ୫ କୋଟିରୁ ଉର୍ଦ୍ଧ ଟଙ୍କା ଯୋଗାଇ ଦେଇଥିଲେ । ଏମ.ଏସ.ଆଇ.ଏଲ ନାମକ ଏକ ଠିକାସଂସ୍ଥା ଏହିକାମକୁ ଟେଣ୍ଡର ନେଇ ବର୍ଷବର୍ଷ ଧରି କାମ ନକରି ପକାଇ ରଖିଥିଲା । ବିଭାଗ ପକ୍ଷରୁ ବାରମ୍ବାର ତାଗିଦା ପରେ ନିଜେ କାମ ନକରି ପେଟି କଣ୍ଟ୍ରାକ୍ଟରଙ୍କ ଦ୍ୱାରା କାମ କରିବାରୁ ସେମାନେ ଅନେକ ସ୍ଥାନରେ ଗୋଟିଏ ଲେୟାର ମେଣ୍ଟଲିଂ କରି ଯେଣତେଣ ପ୍ରକାର କିଛି ରାସ୍ତାର କାମ ସାରିଦେଲେ । ଦୁଇ ଲେୟାର ମେଣ୍ଟଲିଂ କରିବାପରେ ପିଚୁ କରାଯିବାର ଏଷ୍ଟିମେଟ ଥିବାବେଳେ ଏଷ୍ଟିମେଟ ଅନୁଯାଇ କାମ ନକରି ମନଇଛା କାମ କରାଯାଇଥିଲା । ଫଳରେ ପନ୍ଦାଡୋ, ବରାଙ୍ଗ, ସଢ଼ା, କଣିଆରି ପ୍ରଭୃତି ସ୍ଥାନ ମାନଙ୍କରେ ଦିନ କେଇଟା ମଧ୍ୟରେ ସେ ସବୁ ରାସ୍ତାର ପିଚୁ ଉଠିଯାଇ ରାସ୍ତାଟି ପୁର୍ବ ଅବସ୍ଥାକୁ ଚାଲି ଆସିଥିଲା । ଏପରିକି ବିଦ୍ୟାଧରପୁର ଠାରୁ ବାରିଗାଁ ଛକ ପର୍ଯ୍ୟନ୍ତ ରାସ୍ତା କାମ ନକରି ବର୍ଷବର୍ଷ ଧରି ପକାଇ ରଖିବାରୁ ତାହା ଶୋଚନୀୟ ହୋଇପଡିଥିଲା । ଏନେଇ ବାରମ୍ବାର ଦାବିପରେ ସାଢ଼େ ତିନବର୍ଷ ପରେ ଗତ ୨୦୧୯ମାର୍ଚ୍ଚ ମାସରେ ବିଦ୍ୟାଧରପୁର-ବାରିଗାଁ ରାସ୍ତାକୁ ପିଚୁ କରାଯାଇଥିଲା । ଉକ୍ତ ରାସ୍ତାକାମ ସମୟରେ କୌଣସି ଯନ୍ତ୍ରୀ ଉପସ୍ଥିତ ନରହିବାରୁ ଠିକାଦାର ମନଇଛା କାମ କରିଦେଇଥିଲା । ଫଳରେ ଜୁନ ମାସଠାରୁ ପିଚୁ ରାସ୍ତାରୁ ପିଚୁ ସବୁ ଉଠିବା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସମୟରେ ବିରାଟ ବିରାଟ ଖାଲ ଖମା ସୃଷ୍ଟି ହୋଇ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲାଣି । ଏହି ରାସ୍ତା ଉପରେ ସେପରି କୌଣସି ଭାରିଜାନ ଚଳାଚଳ କରୁନଥିବା ବେଳେ କେବଳ ଛୋଟ ଚାରିଚକିଆ ଗାଡି ଓ ବାଇକ ଯାତାୟତ କରିଥାଏ । କିନ୍ତୁ ଏବେ ରାସ୍ତାଟିର ଅବସ୍ଥା ଏତେ ଶୋଚନୀୟ ହୋଇପଡିଲାଣି ଯେ ବାଇକଟିଏ ନେଇକରି ଯିବା କଷ୍ଟକର ହୋଇପଡୁଛି । ଦିନ କେଇଟା ମଧ୍ୟରେ ରାସ୍ତାର ଏପ୍ରକାର ଅବସ୍ଥାକୁ ଦେଖିଲେ କେହିବି ୫କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ ହୋଇଥିବା ବିଶ୍ୱାଷକୁ ନେବେ ନାହିଁ । ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ସେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା ଅଭିଯୋଗକୁ ସ୍ୱୀକାର କରିବା ସହ ଏଥିପାଇଁ ଆମେ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.