ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ଜଳସମ୍ପଦ ବିଭାଗ ଅଧିନରେ ଜଣେ ଚପରାଶି ସାମ୍ବାଦିକ ମାନଙ୍କ ନାମ ନେଇ ବିଭାଗୀୟ ଠିକାଦାରଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ବାସୁଦେବପୁର ଜଳସମ୍ପଦ ବିଭାଗ ଅଧିନରେ କଇଥଖୋଲା ଠାରେ କନିଷ୍ଠଯନ୍ତ୍ରୀଙ୍କ ଅଫିସ ଅବସ୍ଥାପିତ। ଏହି ବିଭାଗ ଅଧିନରେ ବାସୁଦେବପୁର ଅଫିସର ଜଣେ ଚପରାଶି ଆସି ଖୁଲମଖୁଲା ଧାମରା ଅଂଚଳରେ ଚାଲିଥିବା ବହୁ ଠିକାଦାରଙ୍କ ନିକଟରୁ ଅର୍ଥ ଆଦାୟ କରୁଛନ୍ତି। ଏପରିକି ସାମ୍ବାଦିକ ମାନଙ୍କୁ ଦିଆଯିବ କହି ସଂପୃକ୍ତ ଠିକାଦାର ମାନଙ୍କ ପାଖରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଛନ୍ତି ଏହି ଅର୍ଥ କାହାରିଙ୍କୁ ନଦେଇ ନିଜର ପକେଟ ଗରମ କରିବା ସହ ଅୟଶ ଜୀବନ ଯାପନ ମଧ୍ୟ କରୁଛନ୍ତି। ଏହି ଖବର ବିଭାଗୀୟ ଅଧିକାରୀଙ୍କ ପାଖରେ ପହଂଚିବା ପରେ ମଧ୍ୟ ସଂପୃକ୍ତ ଅଧିକାରୀ ଏହି ଚପରାଶିକୁ ଘଂଟ ଘୋଡାଇବାରେ ଲାଗିଛନ୍ତି ମାତ୍ର ସଂପୃକ୍ତ ଚପରାଶି ଏହା ଜାଣି ସୁଦ୍ଧା ଅନ୍ୟ ଠିକାଦାର ମାନଙ୍କ ପାଖରୁ ବିପୁଳ ପରିମାଣରେ ଅର୍ଥ ଆଦାୟ କରୁଛି ବୋଲି ସଂପୃକ୍ତ ଠିକାଦାର ମାନେ ବାଲେଶ୍ୱର ଠାରେ ଅବସ୍ଥାପିତ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ସଂପୃକ୍ତ ଚପରାଶିକୁ ଅର୍ଥ ନଦେଲେ ସେ କନିଷ୍ଠଯନ୍ତ୍ରୀଙ୍କ ପାଖରେ ସଂପୃକ୍ତ ଠିକାଦାରଙ୍କ ର କୌଣସି ବିଲ କରାଇ ଦେବ ନାହିଁ ବୋଲି ଠିକାଦାର ମାନଙ୍କୁ ମଧ୍ୟ ଧମକ ଦେଉଛି। ଏପରିସ୍ଥଳରେ କାହିଁକି ସଂପୃକ୍ତ ଚପରାଶିକୁ ଏହି ଅଫିସରୁ ଅନ୍ୟତ୍ର ବଦଳି କରା ନଯାଉଛି ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ସଂପୃକ୍ତ ଚପରାଶିକୁ ଅନ୍ୟତ୍ର ବଦଳି କରା ନଗଲେ ଠିକାଦାର ଏବଂ ସାମ୍ବାଦିକ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂପୃକ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଅନ୍ୟ ପକ୍ଷରେ କଇଥଖୋଲା ଠାରେ ଥିବା ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ଜଣକ ସମସ୍ତ କଥା ଜାଣି ମଧ୍ୟ ସଂପୃକ୍ତ ଚପରାଶିକୁ କାହିଁକି ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ପଠାଉଛନ୍ତି। ଏଥିପ୍ରତି ଅଧୀକ୍ଷଣଯନ୍ତ୍ରୀ ଦୃଷ୍ଟି ଦେବା ସହ ଏହି ବିଷୟରେ ତଦନ୍ତ କରିବାକୁ ଦାବୀ ହୋଇଛି।
Home ଜିଲ୍ଲା ପରିକ୍ରମା ଜଳସମ୍ପଦ ବିଭାଗରେ ସାମ୍ବାଦିକଙ୍କ ନାମରେ ଠିକାଦାରଙ୍କୁ ଶୋଷୁଛନ୍ତି ଚପରାଶି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ