Home ଜିଲ୍ଲା ପରିକ୍ରମା ଜଳସମ୍ପଦ ଏସଡ଼ିଓଙ୍କ ବିରୁଦ୍ଧରେ ଥାନାର ଏତଲା ଦେଲେ ଅସ୍ଥାୟୀ କର୍ମଚାରୀ

ଜଳସମ୍ପଦ ଏସଡ଼ିଓଙ୍କ ବିରୁଦ୍ଧରେ ଥାନାର ଏତଲା ଦେଲେ ଅସ୍ଥାୟୀ କର୍ମଚାରୀ

15

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଜଳସମ୍ପଦ ବିଭାଗର ଏସଡ଼ିଓଙ୍କ ବିରୁଦ୍ଧରେ ଥାନାର ଏତଲା।ଜଳସମ୍ପଦ ଅଫିସ ରେ ରାତ୍ରି ଜଗୁଆଳି ଭାବେ କାମ କରୁଥିବା ଅସ୍ଥାୟୀ କର୍ମଚାରୀ ଅଭିଷେକ ପ୍ରିୟଦର୍ଶିନୀ ଜଳସମ୍ପଦ ବିଭାଗର କାର୍ଯ୍ୟରତ ଏସଡ଼ିଓ ସୁରଜ କୁମାର ମଲ୍ଲିକଙ୍କ ନାମରେ ଚାନ୍ଦବାଲି ଥାନା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ସମ୍ପୃକ୍ତ କର୍ମଚାରୀ ଜଳସମ୍ପଦ ତରଫରୁ ଦିଆଯାଇଥିବା ଘରେ ସେ ନଥିବା ସମୟରେ ତାଙ୍କ ମାଙ୍କୁ ଘର ଖାଲି କରିବା ନେଇ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଗତ ୬ ତାରିଖ ଦିନ ସେ ରହୁଥିବା ଜଳସମ୍ପଦ ବିଭାଗ ର କ୍ୱାଟର ରେ ନଥିବା ସମୟରେ ଏସଡ଼ିଓ ସୁରଜ କୁମାର ମଲ୍ଲିକ ନିଶାସକ୍ତ ଅବସ୍ଥାରେ ତାଙ୍କ ପରିବାର ସଦସ୍ୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ତୁରନ୍ତ ରହୁଥିବା କ୍ୱାଟର ଖାଲି କରିବାକୁ ଧମକ ଦେଇଥିଲେ । ଅଭିଯୋଗ ପରେ ଚାନ୍ଦବାଲି ପୁଲିସ ଶୁକ୍ରବାର ଦିନ ଉଭୟ ଙ୍କୁ ଥାନାକୁ ଡାକି ପଚରା ଉଚରା କରିଥିଲେ।ଏସଡ଼ିଓ ସୁରଜ କୁମାର ମଲ୍ଲିକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି ଘଟଣା ସମ୍ପୂର୍ଣ ପ୍ରାୟୋଜିତ, ଘଟଣାର କୌଣସି ସତ୍ୟତା ନାହିଁ ତଦନ୍ତ କଲେ ସବୁ ସତ କଥା ପଦାକୁ ଆସିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.