Home ଜିଲ୍ଲା ପରିକ୍ରମା ଜଳମଣ୍ଡୁଆ ହାଇସ୍କୁଲରେ କରୋନା କଟକଣା ଉଲଙ୍ଘନ ଅଭିଯୋଗ, ରବିବାର ଛୁଟିଦିନରେ ଶତାଧିକ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁଙ୍କୁ...

ଜଳମଣ୍ଡୁଆ ହାଇସ୍କୁଲରେ କରୋନା କଟକଣା ଉଲଙ୍ଘନ ଅଭିଯୋଗ, ରବିବାର ଛୁଟିଦିନରେ ଶତାଧିକ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁଙ୍କୁ ନେଇ ସ୍କୁଲରେ ହେଲା ସଭା ଓ ଭୋଜି

33

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ବନ୍ଦ କରିଦେଇଛନ୍ତି । ପୁଣି ସମାବେଶ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନିୟମାବଳୀ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ କୌଣସି ଉତ୍ôସବ ପାଳନ ହୋଇ ପାରିବ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ କଟକଣାକୁ ଏଡାଇ ରବିବାର ଛୁଟି ଦିନରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ଜୟଜଗନ୍ନାଥ ଉଚ୍ଚବିଦ୍ୟାଳୟରେ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ । ବିଦ୍ୟାଳୟ ବାହାରର ଜଣେ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ, ଅତିଥି ଓ ନିମନ୍ତ୍ରିତ ବ୍ୟକ୍ତି ଓ ଶିକ୍ଷକମାନେ ୨୧୦ ସଂଖ୍ୟାରେ ମିଳିତ ହୋଇଥିଲେ ସଭାରେ । ପୁନଶ୍ଚ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସଭାରେ ମିଳିତ ହୋଇଥିଲେ ଅତିଥିମାନେ । ସଭାପତିତ୍ୱ କରିଥିଲେ ଖୋଦ ପ୍ରଧାନଶିକ୍ଷକ ମଧୁସୂଦନ ମହାନ୍ତି । ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଭଳି ସର୍ବନିମ୍ନ ସାମ୍ପ୍ରତିକ ଆବଶ୍ୟକତାକୁ ଏଡାଇ ନାଚଗୀତରେ ମଜ୍ଜିଥିଲେ ସମସ୍ତେ । ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଭୋଜିଭାତରେ ଯୋଗଦେଇଥିଲେ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ । ଏଭଳି ଘଟଣା ବୁଦ୍ଧିଜୀବିମାନଙ୍କୁ ବିଚଳିତ କରିଥିଲା । ସମୟର ଆବଶ୍ୟକତାକୁ ଶିକ୍ଷକ ଗ୍ରହଣ ନକରିବା ଯୁକ୍ତିଯୁକ୍ତି ନୁହେଁ ବୋଲି ମତ ଦେଇଥିଲେ । ଏ ସମ୍ପର୍କରେ ଜିଲ୍ଲାଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.