Home ଜିଲ୍ଲା ପରିକ୍ରମା ଜଳବନ୍ଦୀରୁ ମୁକ୍ତ ହେବ ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱାର୍ଡ: ପୌର କମିଶନର ଓ...

ଜଳବନ୍ଦୀରୁ ମୁକ୍ତ ହେବ ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱାର୍ଡ: ପୌର କମିଶନର ଓ ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ ପରେ ଲୋକଙ୍କ ମଧ୍ୟରେ ଆଶାର ସଞ୍ଚାର

118

ଭୁବନେଶ୍ୱର, ତା ୧ା୮ (ଓଡ଼ିଆ ପୁଅ) : କୁଆଖାଇ ନଦୀ, ପୁରୀ ମୁଖ୍ୟ କେନାଲ୍, ୧୬ ନମ୍ବର ଜାତୀୟ ରାଜପଥ, ପୁରୁଣା ଜଗନ୍ନାଥ ସଡ଼କ ଓ ପ୍ରାଚୀ ନଦୀ ଅଭ୍ୟନ୍ତରରେ ଥିବା ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡର ହଂସପାଳ, ରୁଦ୍ରପୁର, ନହରକଣ୍ଟା, ସୁନ୍ଦରାପାଟଣା, ହରିଦାସପୁର, ସାହାବାଦ, ବଙ୍ଗୁଆରୀ, ନୂଆପାଟଣା, ନଖରା, ପାହାଳ, ଜୋହଳ, ଜୟପୁର ଓ କୁଣ୍ଡିତରା ପାଟଣା ଗ୍ରାମଗୁଡ଼ିକରୁ ବିଗତ ୮/୧୦ ବର୍ଷ ହେବ ଜଳ ନିଷ୍କାସନ ହୋଇନପାରି ବର୍ଷସାରା ଜଳବନ୍ଦୀ ହୋଇ ଚାଷ ଉଜୁଡ଼ିବା ସହ ଲୋକଙ୍କ ଧନଜୀବନ ବିପର୍ଯ୍ୟସ୍ତ ହୋଇଆସୁଥିଲା। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ଓ ବିଧାୟକ କ୍ରମାଗତ ଭାବରେ ସରକାର ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଜଳସମ୍ପଦ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଜଳ ନିଷ୍କାସନ ପାଇଁ କୌଣସି ସୁଚିନ୍ତିତ ଯୋଜନା ପ୍ରଣୟନ ନ କରିବା ଯୋଗୁଁ ରୁଦ୍ରପୁର, ସାହାବାଦ, କୁଣ୍ଡିତରା ପାଟଣା ଗ୍ରାମଗୁଡ଼ିକ ବର୍ଷସାରା ଜଳବନ୍ଦୀ ହେଉଥିବା ବେଳେ ଅନ୍ୟ ଗ୍ରାମ ଗୁଡ଼ିକ ବର୍ଷା ୪ ମାସ ଜଳବନ୍ଦୀ ହୋଇ ରହି ଘରେ ଘରେ ପାଣି ପଶିବା ସହ ରାସ୍ତାଘାଟ ବୁଡ଼ି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଧନଜୀବନ ବିପର୍ଯ୍ୟସ୍ତ ହେଉଥିଲା। ଏ ସମ୍ପର୍କରେ ନବ ନିର୍ବାଚିତ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ନିକଟରେ ପ୍ରତ୍ୟେକ କ୍ଷତିଗ୍ରସ୍ତ ଅଞ୍ଚଳର ଗ୍ରାମ ଓ କ୍ଷେତ୍ର ପରିଦର୍ଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଆଜି ପ୍ରତ୍ୟୁଷରୁ ବିଧାୟକ ଶ୍ରୀ ରାଉତ, ଭୁବନେଶ୍ୱର ମହାନଗର ନିଗମର ପୌର ଆୟୁକ୍ତ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ ପ୍ରେମଚାନ୍ଦ ଚୌଧୁରୀଙ୍କ ସହ ୱାର୍ଡ ପରିଦର୍ଶନରେ ଆସି ପ୍ରଥମେ ପାଞ୍ଚ ନମ୍ବର ସପ୍ତସତୀ ମନ୍ଦିର ସମ୍ମୁଖ ସତ୍ୟ ବିହାର ଓ ତାହା ପରେ ୪ ନମ୍ବର ୱାର୍ଡର ହଂସପାଳ, ରୁଦ୍ରପୁର, ଯାଉଁଳି ଶଙ୍ଖ ଓ ସଫେଇ ମୁହଁ, ତଲଉ ଶଙ୍ଖ, ପୋତାପୋଖରୀ ଶଙ୍ଖ, କୁଣ୍ଡିତରାପାଟଣା ଶଙ୍ଖ, ନିକଟସ୍ଥ ଜାତୀୟ ରାଜପଥ ଓ ପୁରୀ ମେନ୍ କେନାଲ୍ ର ଜଳ ନିସ୍କାସନ ପଥ ଓ ଜଳବନ୍ଦୀ ହୋଇଥିବା ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କଠାରୁ ଏହି ଜଳବନ୍ଦୀର କାରଣ ଓ ନିରାକରଣ ସମ୍ପର୍କରେ ପଚାରି ବୁଝିଥିଲେ। ଏଠାରେ ପୂର୍ବରୁ ଜଳ ନିଷ୍କାସନ ପାଇଁ କୌଣସି ପାରମ୍ପରିକ ଡ୍ରେନ୍ ନଥିବାରୁ ଚାଷ ଜମି ଉପର ଦେଇ ବର୍ଷା ଓ ବନ୍ୟାଜଳ ନିଷ୍କାସନ ହେଉଥିଲା। ମାତ୍ର ଜଳ ନିଷ୍କାସନ ପଥ ମୁହଁରେ ଅତ୍ୟୁଚ ପ୍ରାଚୀର ଓ ଅଣକୃଷି ବ୍ୟବସାୟୀକ ପ୍ରତିଷ୍ଠାନ ନିର୍ମାଣ ଦ୍ୱାରା ଜଳ ନିଷ୍କାସନରେ ବାଧକ ସୃଷ୍ଟି ହେଉଥିବାରୁ ଏହି ନିର୍ମାଣ ପ୍ଲାନ ଅନୁମୋଦନ ସମୟରେ ଜଳ ନିଷ୍କାସନ ପାଇଁ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରି ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପାଦନ ପାଇଁ ପୌର ଆୟୁକ୍ତ ଉପସ୍ଥିତ ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପୌର ଆୟୁକ୍ତ ଓ ବିଧାୟକଙ୍କ ପରିଦର୍ଶନରେ ଅଞ୍ଚଳବାସୀଙ୍କ ମଧ୍ୟରେ ଜଳବନ୍ଦୀରୁ ମୁକ୍ତ ହେବାର ନୂତନ ଆଶା ଓ ବିଶ୍ୱାସ ସଞ୍ଚାର ହୋଇଛି ଓ ସେମାନେ ଖୁବ୍ ଶୀଘ୍ର ଜଳବନ୍ଦୀରୁ ମୁକ୍ତ ହେବେ ବୋଲି ଆଶାବାଦୀ ହୋଇଛନ୍ତି। ଆଜି ଅଞ୍ଚଳବାସୀଙ୍କ ତରଫରୁ ପଦ୍ମନାଭ ପଟ୍ଟନାୟକ -ପାହାଳ, ଅକ୍ଷୟ କୁମାର ଲେଙ୍କା – ବଙ୍ଗୁଆରୀ, ଲକ୍ଷ୍ମୀଧର ବେହେରା-ରୁଦ୍ରପୁର, ମିର୍ଜା ମୁନସଫ ବେଗ-ହରିଦାସପୁର, ଗୋଲକ ଚନ୍ଦ୍ର ଜେନା- ନହରକଣ୍ଟା, ରମେଶ ଚନ୍ଦ୍ର ମହାନ୍ତି- ନୂଆପାଟଣା, ଶରତ ବେହେରା- କୁଣ୍ଡିତରା ପାଟଣାଙ୍କ ସମେତ ବିଭିନ୍ନ ଗ୍ରାମବାସୀ ଉପସ୍ଥିତ ରହି ଜଳ ନିଷ୍କାସନ ପାଇଁ ପୌର ଆୟୁକ୍ତ ଓ ବିଧାୟକଙ୍କୁ ଅନୁରୋଧ କରିବା ସଙ୍ଗେସଙ୍ଗେ ଜଳ ନିଷ୍କାସନ ବ୍ୟବସ୍ଥା ସୁସଂହତ ପାଇଁ ପୁରୀ ମୁଖ୍ୟ କେନାଲ୍ ଓ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ତଳ ମୁଣ୍ଡରେ ପ୍ରଶସ୍ତ ଡ୍ରେନ୍ ବ୍ୟବସ୍ଥା, ଜାତୀୟ ରାଜପଥରୁ ନୂଆପାଟଣା, ବଙ୍ଗୁଆରୀ, ରୁଦ୍ରପୁର ଓ ନହରକଣ୍ଟାକୁ ସଂଯୋଗ ହୋଇଥିବା ଗ୍ରାମ୍ୟ ରାସ୍ତାର ଦୁଇ ପାଶ୍ୱର୍ରେ ଡ୍ରେନ୍ ବ୍ୟବସ୍ଥା କରି ପୁରୀ ମୁଖ୍ୟ କେନାଲର ହରିଦାସପୁର, ନହରକଣ୍ଟା ଓ ନୂଆପାଟଣା ସାଇଫନ୍ ରୁ ୧୬ ନମ୍ବର ଜାତୀୟ ରାଜପଥର ତଲଉ ଶଙ୍ଖ, ପୋତାପୋଖରୀ ଶଙ୍ଖ, ଯାଉଁଳି ଶଙ୍ଖ ଓ କୁଣ୍ଡିତରପାଟଣା ଶଙ୍ଖକୁ ଡ୍ରେନ୍ ସଂଯୋଗ ପାଇଁ ବ୍ୟବସ୍ଥା ସହିତ ଆବଶ୍ୟକସ୍ଥଳେ ଜମି ଅଧିଗ୍ରହଣ ଓ ବିଭିନ୍ନ ଜଳନିଷ୍କାସନ ପଥରେ ଥିବା ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ବ୍ୟାହତ ହେଉଥିବାରୁ ସେହି ନିର୍ମାଣ ସ୍ଥଳରେ ନିର୍ମାଣ ସଂସ୍ଥା ଦ୍ୱାରା ଜଳ ନିଷ୍କାସନ ସୁବ୍ୟବସ୍ଥିତ କରିବାକୁ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.