ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ରାଜପଥ ପାର୍ଶ୍ୱ ନୟାନଜୋରୀ ଜଳ ନିଷ୍କାସନ ପଥକୁ ପାଖ ପ୍ଲଟ ସତ୍ୱଧିକାରୀ ନିଜ ପସନ୍ଦ ମୁତାବକ ପୋତି ଦେଉ ଥିବା ବେଳେ ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା ସାଜିଛନ୍ତି। ଯଦ୍ୱାରା ବର୍ଷା ଦିନେ ଜଳ ନିଷ୍କାସନ ସମସ୍ୟା ଉତ୍କଟ ହେବା ନିଶ୍ଚିତ ହୋଇଛି।ଭଣ୍ଡାରିପୋଖରୀ ସର୍କଲର ଶାସନ ମୌଜାରେ ମୁମ୍ବାଇ ହୋଟେଲ ନାମରେ ନିର୍ମାଣ କରାଯାଇଥିବା ହୋଟେଲ ଶିଳ୍ପ ତରଫରୁ ଏହି ଅବରୋଧ ହୋଇଛି। ୨୫ ମିଟର ନିଷ୍କାସନ ପଥକୁ କୁତ୍ରିମ ଭାବେ ଏକ ସରୁ ସୋଠ କେବଳ ପକାଯାଇଅଛି।ନୟନ ଜୋରିର ସୁରକ୍ଷା ଉତର ଦାଇତ୍ୱକୁ ନେଇ ଡ୍ରେନେଜ ଓ ତହସିଲ କାର୍ଯାଳୟ ମଧ୍ୟରେ ଟଣା ଘୋସରା ଲାଗୁ ଥିବା ବେଳେ ତହସିଲଦାରଙ୍କ କାର୍ଯାଳୟ ଦୁଇ ଜଣ ଷ୍ଟାଫ ଏହି ସୁଯୋଗରେ ରେଡକ୍ରସ ଶୁଳ୍କ ରସିଦ ଫାଇନ କାଟିବା ପାଇଁ କୁଆଡେ ଚେଷ୍ଟା କରି ଥିବା ଜାଣି ବାକୁ ମିଳିଛି। ଅନ୍ୟ ପଟେ ଆଖୁଆପଦା ଡ୍ରେନେଜର ଏସଡିଓ ସ୍ତରୀୟ କାର୍ଯାଳୟ ଥିଲା ବେଳେ ଅଧିକାରୀ ମାନେ ଏଠାକୁ କେହି ଆସୁନଥିବା ଓ ଭଦ୍ରକ ଡିଭିଜନ କାର୍ଯାଳୟରେ ବସି ଡିୟୁଟି କରୁଥିବାରୁ ସ୍ଥାନୀୟ ସମସ୍ୟା ସହ ଅବଗତ ହେଉ ନାହାନ୍ତି। ଉପ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।