Home Top News ଜଳଜୀବନ ମିଶନ ଅଧୀନରେ ଓଡିଶାକୁ କେନ୍ଦ୍ରର ୮୩୧ କୋଟି ଟଙ୍କା ମଞ୍ଜୁର

ଜଳଜୀବନ ମିଶନ ଅଧୀନରେ ଓଡିଶାକୁ କେନ୍ଦ୍ରର ୮୩୧ କୋଟି ଟଙ୍କା ମଞ୍ଜୁର

76

ନୂଆ ଦିଲ୍ଲୀ ୩୧-୧୨ (ଓଡ଼ିଆ ପୁଅ) ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଆଜି (୩୧-୧୨-୨୦୨୧) ୮୩୦କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ଆଗାମୀ ୨୦୨୪ ସୁଦ୍ଧା ଓଡିଶା ‘ହର ଘର ଜଲ’ ରାଜ୍ୟ ହେବା ପାଇଁ ଲକ୍ଷ୍ୟ ରଖିଛି। ରାଜ୍ୟରେ ୮୫.୬୭ଲକ୍ଷ ଗ୍ରାମଞ୍ଚଳ ଘର ମଧ୍ୟରୁ ୩୫. ୩୭ଲକ୍ଷ (୪୧. ୨୮%)ଘରେ ଟ୍ୟାପ ଯୋଗେ ପାଣି ଯୋଗାଣ ହେଉଛି। ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ ଜଳ ଯୋଗାଣ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲୁଛି। ଶତପ୍ରତିଶତ ଗ୍ରାମାଞ୍ଚଳ ଘରେ ଜଳ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି।

ଜଳ ଜୀବନ ମିଶନ ଅଧୀନରେ ଗ୍ରାମାଞ୍ଚଳରେ ଘରେ ଘରେ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି। ବଜେଟ୍‌ରେ ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୩, ୩୨୩.୪୨କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ, ଗତବର୍ଷ ଓଡିଶା ପାଇଁ ଏହା ୮୧୨. ୧୫କୋଟି ଟଙ୍କା ଥିଲା।

ଜଳ ଜୀବନ ମିଶନ ଏକ ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ତଳୁ ଉପର ପର୍ଯ୍ୟନ୍ତ ପରିଚାଳିତ ହୋଇଥାଏ। ଏଥିରେ ସ୍ଥାନୀୟ ଗ୍ରାମ୍ୟ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିଚାଳନାଠାରୁ କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ କାର୍ଯ୍ୟ ଗ୍ରାମ୍ୟଗୋଷ୍ଠୀ ଦ୍ୱାରା କରାଯାଇଥାଏ। ଏଥିପାଇଁ ରାଜ୍ୟ ଗୋଷ୍ଠୀକେନ୍ଦ୍ରୀୟ କାର୍ଯ୍ୟକ୍ରମ ସହ ପାଣି ସମିତିଗୁଡିକୁ ମଜବୁତ କରିବା ଦାୟିତ୍ୱ ନିଅନ୍ତି। ଏପର୍ଯ୍ୟନ୍ତ ଓଡିଶା ୩, ୬୯୫ଟି ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରିଥିବାବେଳେ ୨୩୪୫ଟି ଗ୍ରାମ୍ୟ କାର୍ଯ୍ୟାନ୍ୱୟନ ଯୋଜନା ବିକଶିତ ହୋଇଛି। କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହିତ କରାଯାଉଛି। କାରଣ ସେମାନେ ହିଁ ଘର ପାଣି ପରିଚାଳନା ଦାୟିତ୍ୱ ମୁଖ୍ୟତଃ ତୁଲାଇ ଥାଆନ୍ତି। ମିଶନ ସମ୍ପର୍କରେ ଜନସଚେତନତା ଗ୍ରାମ ଗୋଷ୍ଠୀକୁ ସମ୍ବେଦନଶୀଳ କରିବା ପାଇଁ ଛଅଟି ତ୍ୱରାନ୍ୱିତକାରୀ ସହାୟତ ସଂସ୍ଥାକୁ ମଧ୍ୟ ନିଯୁକ୍ତ କରାଯାଇଛି। ସେମାନେ ନିରାପଦ ଜଳସମ୍ପର୍କରେ ସଚେତନ କରିବା ସହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ପଂଚାୟତିରାଜ ଅନୁଷ୍ଠାନଗୁଡିକୁ ମଧ୍ୟ ସହାୟତା ଦେଇଥାନ୍ତି। ଫିଲ୍ଡ ଟେଷ୍ଟ କିଟ୍ ସହ ଜଳର ଗୁଣାତ୍ମକମାନ ପରଖିବା ଲାଗି ଓଡିଶାରେ ୧୭, ୭୫୬ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି। ପିଇବା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ହାତଧୋଇବା, ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ପାଇଁ ପାଇପ୍ ଜଳ ବ୍ୟବହାର ସୁନିଶ୍ଚିତ କରିବା ଲାଗି ଉଦ୍ୟମ ହେଉଛି। ଏପର୍ଯ୍ୟନ୍ତ ଓଡିଶାର ୩୬, ୩୭୨ ବିଦ୍ୟାଳୟ (ଶତକଡା ୬୭%) ଓ ୨୯, ୦୯୪(୫୪%)ଅଙ୍ଗନବାଡି କେନ୍ଦ୍ରରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି।

ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଟ୍ୟାପ ଯୋଗେ ପାଣି ଯୋଗାଣକୁ ଅଗ୍ରାଧିକାର ଦିଆଯାଇ ଦେଶରେ ଜଳର ଗୁଣାତ୍ମକମାନ ପରୀକ୍ଷା ପାଇଁ ୨୦୦୦ ପରୀକ୍ଷାଗାର ସ୍ଥାପନ କରାଯାଇଛି। ଜନସାଧାରଣ ଯେତେବେଳେ ଚାହିଁବେ ସେଠାରୁ ଜଳନମୁନା ନେଇ ସ୍ପଳ୍ପ ଦେୟରେ ନମୁନା ପରୀକ୍ଷା କରିପାରିବେ। ଓଡିଶାରେ ଏହିପରି ୭୭ଟି ପରୀକ୍ଷାଗାର ରହିଛି।

୨୦୧୯ ମସିହାରେ ଯେତେବେଳେ ମିଶନ ଆରମ୍ଭ ହେଲା ଦେଶରେ ୧୯.୨୦ କୋଟି ଗ୍ରାମାଞ୍ଚଳ ଗୃହ ମଧ୍ୟରୁ କେବଳ ୩.୨୩ କୋଟି (୧୭%) ଘରେ ଟ୍ୟାପ ପାଣି ଆସୁଥିଲା। ଏହି ମିଶନ ଆରମ୍ଭ ହେବା ପରଠାରୁ କୋଭିଡ-୧୯ ବୈଶ୍ୱିକ ମହାମାରୀ ସତ୍ୱେ ୫. ୫୧ କୋଟି (୨୮.୬୭ %) ଘରେ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇଛି। ବର୍ତମାନ ୮.୭୪କୋଟି (୪୫.୫୧%) ଗ୍ରାମଞ୍ଚଳ ଘର ପାଇପ ଯୋଗେ ପାଣି ପାଇପାରୁଛନ୍ତି।

ଗୋଆ, ତେଲଙ୍ଗାନା, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଦାଦ୍ରା ଓ ନଗର ହାବେଳୀ ଓ ଡାମନଡ୍ୟୁ, ପୁଡୁଚେରୀ ଓ ହରିୟାଣାରେ ଗ୍ରାମାଞ୍ଚଳ ଘର ହର ଘର ଜଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଭାବେ ବିବେଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ ଅନୁସାରେ “କେହି ବାଦ ପଡିବେନି” ଓ ପ୍ରତ୍ୟେକ ଗ୍ରାମାଞ୍ଚଳ ଘର ଜଳସଂଯୋଗ ପାଇବେ। ବର୍ତ୍ତମାନ ଦେଶର ୮୪ଟି ଜିଲ୍ଲା ଓ ୧.୩୦ଲକ୍ଷ ଗ୍ରାମରେ ପାଇପ ପାଣି ଯୋଗାଇ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.