ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ଏକ ଅଙ୍ଗନବାଡି କେନ୍ଦ୍ର ଦୀର୍ଘ ୪ବର୍ଷ ହେବ ନିର୍ମାଣଧୀନ ଥିବା ବେଳେ ଏହା କେବେ ଶେଷ ହେବ ଏବଂ ଏହି କେନ୍ଦ୍ରରେ ଛୋଟ ଛୋଟ କୁନୀ କୁନୀ ପିଲା ମାନେ ବସି ଖେଳିବା ସହ ପାଠ ପଢିବେ ସେ ନେଇ ଅଂଚଳବାସୀ ଚିନ୍ତା ପ୍ରକଟ କରିବା ସହ ଅଭିଯୋଗ କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିଦା ବିଷ୍ନୁ ସାଜିଛି। ଲିଖିତ ଅଭିଯୋଗ ଅନୁଯାଇ କଇଥଖୋଲା ପଂଚାୟତ ପୂର୍ଣପ୍ରସାଦ ଗ୍ରାମରେ ଥିବା ମଣ୍ଡଳ ସାହି ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ଧୀନ ଥିବା ବେଳେ ଦୀର୍ଘ ୪ବର୍ଷ ହେବ ଏକ ଅପନ୍ତରା ସ୍ଥାନରେ ଜରିପାଲ ତଳେ କୁନୀ କୁନୀ ପିଲା ମାନେ ବସି ଖେଳିବା ସହ ପାଠ ପଢୁଥିବା ନଜରକୁ ଆସିଛି। ମାତ୍ର ଏହି ଅପନ୍ତରା ସ୍ଥାନରେ ବର୍ଷା ଦିନରେ ବସିବା ସ୍ଥାନରେ ପାଣି ଜମା ହୋଇ ରହୁଥିବା ବେଳେ ବର୍ଷା ପାଣିରେ ବିଛା ସାପ ମଧ୍ୟ ଏହି ଅସ୍ଥାୟୀ କେନ୍ଦ୍ର ମଧ୍ୟରେ ଆସର ଜମାଇ ଆସୁଛନ୍ତି। ଏହି କଥାକୁ ନେଇ ସ୍ଥାନୀୟବାସୀ ସଂପୃକ୍ତ ଅଙ୍ଗନବାଡି ଶିକ୍ଷୟତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ। ଏଥିସହ ସଂପୃକ୍ତ ଶିକ୍ଷୟତ୍ରୀ ବହୁ ସମୟରେ ଅଙ୍ଗନବାଡି କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ବେଳେ ଏହି କେନ୍ଦ୍ରକୁ ସଂପୃକ୍ତ କେନ୍ଦ୍ରରେ ପାଚିକା ଚଳାଇ ଆସୁଛନ୍ତି। ଏ ନେଇ ଅଂଚଳବାସୀ ମଧ୍ୟ ସଂପୃକ୍ତ ସିଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ନିଜ ନିଜର କୁନୀ କୁନୀ ପିଲା ମାନଙ୍କୁ ଏହି ଅଙ୍ଗନବାଡି କେନ୍ଦ୍ରକୁ ଛାଡିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି ଫଳରେ ଏହି କେନ୍ଦ୍ରରେ ୪୦ରୁ ଅଧିକ କୁନୀ କୁନୀ ପିଲା ଙ୍କ ଅଭିଭାବକ ଆଡମିଶନ କରିଥିଲେ ମଧ୍ୟ ଦୈନିକ ଉପସ୍ଥାପନ ୧୦ ମଧ୍ୟରେ ସିମୀତ ହୋଇ ରହୁଛି। ଅନ୍ୟ ପକ୍ଷରେ କେଉଁ ପରିସ୍ଥିତିରେ ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣଧୀନ ଅବସ୍ଥାରେ ରହି ଯାଇଛି ବୋଲି ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହି କାର୍ଯ୍ୟ ମନରେଗା ରେ ଅର୍ନ୍ତଭୁକ୍ତ ହୋଇ ଥିବା ବେଳେ ସଂପୃକ୍ତ ଠିକାଦାର ବିଲ ପାଇ ନଥିବାରୁ ସେ ଏହି କାର୍ଯ୍ୟ କରୁନାହାନ୍ତି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷୟତ୍ରୀ ଜଣକ କଇଥଖୋଲା ଅଂଚଳର ହୋଇଥିବା ବେଳେ ସେ ବାସୁଦେବପୁର ଠାରେ ରହୁଥିବାରୁ ସେ ମଧ୍ୟ ସପ୍ତାହକୁ ୩-୪ ଦିନ ଏହି କେନ୍ଦ୍ରକୁ ଆସୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି ଏଥିସହ ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ ଗ୍ରାମ କଲ୍ୟାଣ ସମିତିର ଅନୁଦାନ ବାର୍ଷିକ ୧୦ହଜାର ଟଙ୍କା ଅନୁଦାନ ଆସୁଥିବା ବେଳେ ସଂପୃକ୍ତ ଅର୍ଥରାଶି ହଡପ ହୋଇଥିବା ନେଇ ଅଂଚଳବାସୀ ମଧ୍ୟ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି କେନ୍ଦ୍ରର ଅଧାଗଢା ଗୃହ କାର୍ଯ୍ୟକୁ ସମାପ୍ତ କରାଯିବା ସହ ସଂପୃକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସେହି ଅଂଚଳର ସଞ୍ଜୟ ମଣ୍ଡଳ, ବିଭୁ ମଣ୍ଡଳ,ଭାଗ୍ୟଧର ମଣ୍ଡଳ, ଖୋକନ ପାତ୍ର, ମହେଶ୍ୱର ମଣ୍ଡଳ, ରାକେଶ ପାତ୍ର, ଗୁରୁପଦ ମାଇତି ପ୍ରମୁଖ ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ବିଡିଓ ଚାନ୍ଦବାଲି ସିଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଦାୟିତ୍ୱରେ ଥିବା ସିଡିପିଓ ଏହି ବିଷୟରେ ଅଭିଯୋଗ ପାଇଛନ୍ତି ଏବଂ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନେବେ ବୋଲି ପ୍ରତିକ୍ରିୟା ମଧ୍ୟ ରଖିଥିଲେ।
Home ଜିଲ୍ଲା ପରିକ୍ରମା ଜରିପାଲ ତଳେ ବିତୁଛି ଶୈଶବ, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଆରମ୍ଭର ୪ବର୍ଷ ପରେ ହେଉନାହିଁ ଶେଷ








