ନୂଆଦିଲ୍ଲୀ , ୦୭/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଶେଷରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏବେ ଜମ୍ମୁକାଶ୍ମୀର ଓ ଲଦାଖ ଅଲଗା ହୋଇଯାଇଛନ୍ତି ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବହୁ ବାଦବିବାଦ ପରେ ଗତକାଲି ଲୋକସଭାରେ ଜମ୍ମୁ କଶ୍ମୀର ପୁନର୍ଗଠନ ଉପରେ ବିଲ ଗୃହୀତ ହୋଇଥିଲା । ପରେ ଏହି ବିଲ ସପକ୍ଷରେ ୩୭୦ ଟି ଭୋଟ ପଡିଥିବା ବେଳେ ବିଲ ବିପକ୍ଷରେ ୭୦ ଖଣ୍ଡ ଭୋଟ ପଡିଥିଲା । ସେହିପରି ଗତ ସୋମବାର ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା । ଦୁଇ ସଦନରେ ଗୃହୀତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯାଇଥିଲା । ତେବେ ଶେଷରେ ରାଷ୍ଟ୍ରପତି ଏହା ଉପରେ ମୋହର ମାରିଛନ୍ତି |