Home କେନ୍ଦୁଝର ଜମ୍ଭରା ବାଲିଘାଟର ଜନ ଶୁଣାଣି

ଜମ୍ଭରା ବାଲିଘାଟର ଜନ ଶୁଣାଣି

88

ହାଟଡିହି- ୧୩ /୫ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ବୈତରଣୀ ବାଲିଘାଟର ପରିବେଶ ମଞ୍ଜୁର ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଆଞ୍ଚଳିକ ପ୍ରଦ୍ୟୁଷଣ ବୋର୍ଡ ଅଧିକାରୀ ପୁଷ୍କର ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା ଯୋଗଦେଇ ବାଲିଘାଟ ଚାଲିବାପାଇଁ ସରକାରଙ୍କ ଥିବା ନୀତି ନିୟମ ସମ୍ପର୍କରେ ସୂଚନା ଦେଇଥିଲେ। ପରିବେଶ ମଞ୍ଜୁରୀ ପାଇଁ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଉପସ୍ଥାପନ କରିବାକୁ ପ୍ରଦ୍ୟୁଷଣ ଅଧିକାରୀ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଲିଜଧାରୀଙ୍କ ପ୍ରତିନିଧି ସରକାରଙ୍କ ସମସ୍ତ ନୀତି ନିୟମାନୁଯାୟୀ ବାଲିଘାଟ ଚଳାଇବାକୁ ଘୋଷଣା କରିଥିଲେ। ବାଲିଘାଟ ଦ୍ୱାରା ଅଞ୍ଚଳର ଅନେକ ଶ୍ରମିକ ନିଯୁକ୍ତି ପାଇବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ, ରାସ୍ତା ଘାଟ ମରାମତି, ପାଲ ଘୋଡାଇ ବାଲିପରିବହନ ଭଳି ପଦକ୍ଷେପ ନେବାକୁ ମତ ରଖିଥିଲେ। ବାଲିଘାଟ ସପକ୍ଷବାଦୀ ଲୋକମାନେ ବାଲିଘାଟ ଚାଲିଲେ ଏ ଅଞ୍ଚଳର ଶ୍ରମିକମାନେ ଦୁଇପଇସା ରୋଜଗାର କରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରିବେ ବୋଲି କହିବାସହ ଅନେକ ଦିନ ହେଲା ଏ ଅଞ୍ଚଳର କିଛି ବେକାର ଯୁବକ ବାଲିଘାଟ ନିଲାମପାଇଁ ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରିଥିବା ଅଭିଯୋଗ କରିବା ସହ କିପରି ଅତିଶୀଘ୍ର ବାଲିଘାଟ ଚାଲିବ ସେନେଇ ସୁ ବ୍ୟବସ୍ଥା କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ କିଛି ଅଧିବାସୀ ବାଲିଘାଟ ପର୍ଯ୍ୟନ୍ତ ରାସ୍ତା ନଥିବା ବେଳେ ବାଲିଘାଟକୁ କାହିଁକି ନିଲାମ ଦିଆଯାଇଛି ତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ବାଲିଗାଡି ଚାଲିବାଦ୍ୱାରା ଗାଁ ଗହଳିର ସାଧାରଣ ରାସ୍ତାଘାଟ ନଷ୍ଟ ହେବାସହ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ଯାତାୟତରେ ଘୋର ଅସୁବିଧା ଭୋଗିବେ ବୋଲି ମତ ରଖିଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ, ଆରକ୍ୟୁପି ପବିତ୍ର ମୋହନ ସ୍ୱାଇଁ, ଆର.ଆଇ ସୌମ୍ୟା ବଳ, ମାନସ କୁମାର ପାଢ଼ୀ, ସ୍ଥାନୀୟ ସରପଞ୍ଚ ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଆଖପାଖ ଗ୍ରାମର ଶତାଧିକ ଲୋକ ଶିବିରରେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆନନ୍ଦପୁର ଏସଡିପିଓ ଅନିଲ ବେଉରିଆଙ୍କ ସହ ୮ଜର ଇନସପେକ୍ଟରଙ୍କ ସହ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.