Home ଓଡ଼ିଶା ଜମି, ବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ, ଜଣଙ୍କର ଶୋଚନୀୟ ମୃତ୍ୟୁ, ପାଞ୍ଚ...

ଜମି, ବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ, ଜଣଙ୍କର ଶୋଚନୀୟ ମୃତ୍ୟୁ, ପାଞ୍ଚ ଜଣ ଗୁରୁତର

68

ବଲାଙ୍ଗୀର, ୨୦-୦୬ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକମା ପଂଚାୟତ କୁଟୁରାପାଲି ଗ୍ରାମରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଜମି, ବାଡ଼ି କୁ ନେଇ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ବଚସା ସୃଷ୍ଟି ହୋଇ ଆସୁଥିଲା। ଆଜି ଏହି କଳହରୁ ସୂତ୍ରପାତ ହୋଇଥିବା ବେଳେ ଉଗ୍ର ରୂପ ଧାରଣ କରି ଏହି ସଂଘର୍ଷରେ ପ୍ରସନ୍ନ କୁମାର ବାଗ ନାମକ ଜଣେ ବ୍ୟକ୍ତି ଙ୍କ ଗୁରୁତର ମୃତ୍ୟୁ ଘଟିଥିବା ବେଳେ, ଗୋଷ୍ଠୀ ସଂଘର୍ଷରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି।

ଏଥିରେ ୫ ଜଣ ଯଥା ଦଶରଥ ବାଗ, କସରତ ବାଗକୁ ଲୋଇସିଂହାରୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ବେଳେ ଆକାଶ ବାଗ, ସୁନିଲ ବାଗ, କୈଳାସ ଷlଣ୍ଡ ଗୁରୁତର ଅବସ୍ଥାରେ ଲୋଇସିଂହା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତ ପ୍ରସନ୍ନ କୁମାର ବାଗଙ୍କ ପୁତୁରା ଆକାଶ ବାଗ କହିବା ଅନୁଯାୟୀ ପ୍ରସନ୍ନ ଆଜି ସକାଳେ ନିଜ ଜମିକୁ ଚାଷ କରିବାକୁ ଯାଇଥିଲା। ଏହି ସମୟରେ ଗାଁ ର ଅନ୍ୟ କିଛି ଲୋକ ଆସି ପ୍ରସନ୍ନଙ୍କ ଜମିରେ ଚାଷ କରିବା ଦେଖି ତାଙ୍କୁ ମନାକରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ହଠାତ୍ ପ୍ରାୟ ୧୫-୧୬ ଜଣ ଲୋକ ମାରଣାସ୍ତ୍ର ଧରି ପ୍ରସନ୍ନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ଲୋଇସିଂହା ଥାନାରେ ଏକ ମାମଲା ରୁଜୁ ହୋଇଛି। ଲୋଇସିଂହାର ପୋଲିସ ର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ ଆରମ୍ଭ କରିଥିବା ପୋଲିସ ତରଫରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.