Home ଜିଲ୍ଲା ପରିକ୍ରମା ଜମି କିଣି ଦଖଲ କରିପାରୁନାହାଁନ୍ତି ମାଲିକ

ଜମି କିଣି ଦଖଲ କରିପାରୁନାହାଁନ୍ତି ମାଲିକ

33

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଇସା ଦେଇ ଜମି କିଣିଲେ । ହେଲେ ଜମି କିଣି କାଗଜ ପତ୍ର ଠିକ୍ ଠାକ୍ ହେବା ପରେ ବି ସଂପୂର୍ଣ୍ଣ ଜମି ଦଖଲ କରି ପାରୁନାହାନ୍ତି ଜମି ମାଲିକ। କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ତେବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ରେ।ସୂଚନା ଥାଉ କି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧୀନ ଗୋବିନ୍ଦପୁର ପଂଚାୟତର ଆମ୍ବଗଢ଼ିଆ ଗ୍ରାମର କୃଷ୍ଣ ଚନ୍ଦ୍ର ରଣା ନାମକ ବ୍ୟକ୍ତି ୨ ବର୍ଷ ତଳେ ଏକ ଜମି ତରାଗୋ ଅଂଚଳର କିଶୋର ଚନ୍ଦ୍ର ଦାଶ ଙ୍କ ପାଖରୁ କିଣିଥିଲେ। ଆଇନ ମୁତାବକ ଦଲିଲ ହୋଇ ଜମି ମଧ୍ୟ ନାମଜାରି ହେଇଯାଇଛି। କିନ୍ତୁଦୁର୍ଭାଗ୍ୟର ବିଷୟ ଯେ ସେହି ଗ୍ରାମର ସନ୍ତୋଷ ବାରିକ ନାମକ ବ୍ୟକ୍ତି ବଖରା ଆକାରରେ ସେହି ଜମିକୁ ଦୀର୍ଘ ଦିନରୁ ଚାଷ କରିଆସୁଥିଲେ। ନୂତନ ଜମି ମାଲିକ ଏବେ ଚାଷ କରିବା ପାଇଁ ବାରଣ କରିବାରୁ ଜୋର ଜବରଦସ୍ତ ଦାଦାଗିରି କରି ସମାନ ପ୍ଲଟର କିଛି ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି। ବେସରକାରୀ ଅମିନ ଆସି ଉକ୍ତ ଜମିକୁ ମାପି ଚି଼ହ୍ନଟ ମଧ୍ୟ କରିଥିଲେ। ତେବେ ଜମି ମାଲିକଙ୍କ ନାମରେ ସମସ୍ତ କାଗଜ ପତ୍ର ଥାଇ ମଧ୍ୟ କୃଷ୍ଣ ବାବୁ ତହସିଲ, ସ୍ଥାନୀୟ ଥାନା ଅଧିକାରୀ, ଗ୍ରାମରେ କିଛି ମୁରବି ବ୍ୟକ୍ତିଙ୍କୁ ଅବଗତ କଲା ପରେ ମଧ୍ୟ କୌଣସି ଫଳ ପ୍ରଦ ମିଳୁନାହିଁ। ତେବେ ଶେଷରେ ଗଣମାଧ୍ୟକୁ ପ୍ରତିକ୍ରିୟା ପ୍ରକାଶ କରି ମୋତେ ନ୍ୟାୟ ପ୍ରଦାନ କରାଯାଉ ଓ ମୋ ଜମି ମୋତେ ମିଳୁ,ମୁଁ କୌଣସି ଝମିଲା ଚାହୁଁନାହିଁ, ସମସ୍ତେ ଭଲରେ ରୁହନ୍ତୁ ବୋଲି କହି ନ୍ୟାୟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି।ତେବେ ଏଠି ପ୍ରଶ୍ନ ସରକାର ଦିଣ୍ଡିମ ପିଟୁଛନ୍ତି ପଂଚାୟତ ରେ ପହଁଚିବ ତହସିଲ ହେଲେ ଏହା କେତେ ସଫଳ ଆପଣ ମାନେ ଏହି ଚିତ୍ର ଦେଖି ଭାବି ପରୁଥିବେ। ତହସିଲ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ବି ଆଡ ଆଖିରେ ପଚାରୁ ନାହାନ୍ତି ତହସିଲ କର୍ତୃପକ୍ଷ। ତେବେ ଦେଖିବାକୁ ବାକି ରହିଲା ଖବର ବାଜିବା ପରେ ଜମି ମାଲିକଙ୍କୁ କି ପ୍ରକାର ନ୍ୟାୟ ପ୍ରଦାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.