Home କେନ୍ଦୁଝର ଜମିବାଡି ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ, ଭଡିଓ ଭାଇରାଲ

ଜମିବାଡି ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ, ଭଡିଓ ଭାଇରାଲ

176

ହାଟଡିହି- ୨ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ମୁଗୁପୁର ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଭିଯୋଗ ଅନୁଯାଇ ମୁଗୁପୁର ଗ୍ରାମର ଘଗେଶ୍ୱର ସାହୁ ଓ ବାବୁ ସାହୁଙ୍କ ଭିତରେ ପୁର୍ବରୁ ଜମିବାଡି ବିବାଦ ଲାଗି ରହିଥିଲା ।ଗତ ଶୁକ୍ରବାର ଦିନ ବାବୁ ଘରେ ନଥିବାବେଳେ ଖଗେଶ୍ୱରଙ୍କ ଦୁଇ ପୁଅ ସହିତ ବାବୁର ସ୍ତ୍ରୀ ସୁମତୀ ସହିତ ଝଗଡା ଓ ପାଟିତୁଣ୍ଡ ହୋଇଥିଲା । ଏପରିକି ଖଗେଶ୍ୱରଙ୍କ ଦୁଇପୁଅ ଲିଟୁ ଓ କୁନା ଉକ୍ତ ମହିଳାଙ୍କୁ ଦୁଇଟି ଠେଙ୍ଗାରେ ପିଟିଥିଲେ । ଯାହାର କି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏ ଘଟଣାରେ ସୁମତୀ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେବି ପୁଲିସ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବାବୁ ଅଭିଯୋଗ କରିଛନ୍ତି । ଜଣେ ମହିଳାଙ୍କୁ ଦିନ ଦ୍ୱିପହରେ ଏପରି ମାଡ ମାରିଥିବାବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ଏପରି ବିଳମ୍ବ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରେ ସେ ଉଭୟ ପକ୍ଷଙ୍କ ଅଭିଯୋଗ ହୋଇଛି । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.