Home ଜିଲ୍ଲା ପରିକ୍ରମା ଜମିବାଡ଼ି ବିବାଦ ନେଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଜମି ମାଲିକ

ଜମିବାଡ଼ି ବିବାଦ ନେଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଜମି ମାଲିକ

12

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ଥାଉକି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ଗ୍ରାମର ବାବୁ ସାହୁଙ୍କ ପରିବାର ଦୀର୍ଘ ୫୦ ବର୍ଷ ଧରି ତାଙ୍କ ନିଜ ଜମି ଚାଷ କରି ଆସୁଛନ୍ତି। କିନ୍ତୁ ସେହି ଗ୍ରାମର ରମାକାନ୍ତ ତରାଇ, ପାଣ୍ଡୁ ତରାଇ ବିଭିନ୍ନ ସମୟରେ ନିଜ ଜମି ବୋଲି ଦାବି କରି ଜୋରଜବରଦସ୍ତି ଚାଷ କରିବାକୁ ଅସୁବିଧାରେ ପକାଉଛନ୍ତି। ବାବୁ ସାହୁଙ୍କ ବାପାଙ୍କ ନାମରେ ପଟା ଥିବାବେଳେ ଖଜଣା ମଧ୍ୟ ପ୍ରତି ବର୍ଷ କାଟୁଛନ୍ତି। କିନ୍ତୁ ଅପରପକ୍ଷ ନିଜକୁ ହରିଜନ ବୋଲେଇ ବାଁଶଡା ଥାନାରେ ମିଛ ମାମଲା ଦେଇ ବିଭିନ୍ନ ସମୟରେ ଦାଦାଗିରି କରି ଚାଷ କରେଇ ଦେଉନାହାନ୍ତି। ତେବେ ଏହି ଘଟଣା ନେଇ ବାବୁ ସାହୁ ବାଁଶଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ପ୍ରଦ ହେଇନଥିଲା। ତେଣୁ ବାବୁ ସାହୁ ବାରମ୍ବାର ଏସ୍‌ପି ଅଫିସ ଆସି ନ୍ୟାୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଯଦି ଆଗାମୀ ଦିନରେ ନ୍ୟାୟ ନ ମିଳେ ସ ପରବାର ସହିତ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି ଅଭିଯୋଗକାରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.