ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅର୍ନ୍ତଗତ ବଡ ସନ୍ଦାଡୋ ଗ୍ରାମର ସୁରେନ୍ଦ୍ର ପ୍ରଧାନ ଗତ ଶନିବାର ତାଙ୍କ ଜମିରେ ଧାନ କାଟୁଥିବା ବେଳେ ସୁଭେନ୍ଦୁ ପ୍ରଧାନ ଓ ତାଙ୍କର ଦୁଇ ପୁଅ ସୁବ୍ରତ ଓ ବିବ୍ରତ ବିଭିନ୍ନ ମାରଣାସ୍ତ୍ର ଧରି ସୁରେନ୍ଦ୍ର ଓ ତାଙ୍କ ପୁଅ ଦିପେନ୍ଦ୍ର କୁ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ହୋଇ ଆଗରପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକରେ ଚିକିସିôତ ହୋଇଥିଲେ । ଏହି ଘଟଣାପରେ ଆକ୍ରୋଶ ରଖି ସୁଭେନ୍ଦୁ ଓ ତାଙ୍କ ପୁଅ ପ୍ରତିପକ୍ଷ ସୁରେନ୍ଦ୍ର ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଅପରପକ୍ଷେ ସୁଭେନ୍ଦୁ ପ୍ରଧାନଙ୍କ ସ୍ତ୍ରୀ ସାବିତ୍ରୀ ପ୍ରଧାନ ସୁରେନ୍ଦ୍ର ଓ ତାଙ୍କ ବହୂ ଯଶୋଦାରାଣୀ , ପୁଅ ଦିପେନ୍ଦ୍ର, ଗଙ୍ଗାଧର ଓ ରଙ୍ଗାଧର ନାମରେ ପାଲଟା ଅଭିଯୋଗ କରିଥିଲେ । ଉଭୟ ପକ୍ଷର ଅଭିଯୋଗକୁ ଭିତି କରି ଥାନାରେ ମାମଲା ରୁଜ୍ଜୁ ହୋଇଛି । ମାତ୍ର ସାବିତ୍ରୀ ପ୍ରଧାନଙ୍କ ମିଥ୍ୟା ଅଭିଯୋଗ ମୂଳେ ଆଗରପଡା ପୋଲିସ୍ ଏବେ ସୁରେନ୍ଦ୍ର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାର ପ୍ରତିବାଦରେ ଆଜି ସୁରେନ୍ଦ୍ରଙ୍କ ସ୍ତ୍ରୀ ପ୍ରମିଳା ଖବରଦାତା ସମ୍ମିଳନୀ ମାଧ୍ୟମରେ ଘଟଣାବଳୀ ଉପରେ ଅଲୋକପାତ କରିଥିଲେ । ସୁଭେନ୍ଦୁ ପରିବାର ବିଭିନ୍ନ ଅସାମାଜିକ ଲୋକଙ୍କୁ ଧରି ନାନା ଧମକ ଚମକ ଦେଉଥିବା ବେଳେ ପ୍ରଶାସନିକ ଚାପ ପକାଇ ଆମ ପରିବାରକୁ ମିଥ୍ୟା ମକଦ୍ଦମାରେ ଜଡିତ କରିଛି । ସମସ୍ତ ଘଟଣାରେ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଅପର ପକ୍ଷର ମୁଦାଲା ମାନଙ୍କୁ ଗିରଫ କରୁ ନାହି । ଉପରୋକ୍ତ ଘଟଣାର ତ୍ୱରିତ ସମାଧାନ ପୂର୍ବକ ମୋତେ ଓ ମୋ ପରିବାରକୁ ନ୍ୟାୟ ପ୍ରଦାନ ନକଲେ ଆସନ୍ତା ବୁଧବାର ଆଗରପଡା ଥାନା ଓ ଆବଶ୍ୟକ ସ୍ଥଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଆତ୍ମାହୁତି ଦେବେ ବୋଲି ସମ୍ବାଦିକ ସମ୍ମିଳନୀରେ ପ୍ରମିଳା ଦୃଢ ଚେତାବନୀ ଦେଇଛନ୍ତି ।