Home କେନ୍ଦ୍ରାପଡ଼ା ଜମଧର ବାଙ୍କବନ୍ଧ ଛକରେ ବର୍ଷା ପାଣି ଭିତରେ ଅସହାୟା ମହିଳା

ଜମଧର ବାଙ୍କବନ୍ଧ ଛକରେ ବର୍ଷା ପାଣି ଭିତରେ ଅସହାୟା ମହିଳା

172

କେନ୍ଦ୍ରାପଡା ୨୫/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ବାଙ୍କବନ୍ଧ ଛକ ନିକଟରେ ଏକ ଭଙ୍ଗାଘର ଭିତରେ ବାସ କରୁଛନ୍ତି ଜଣେ ଅସହାୟା ମହିଳା। ୨/୩ଦିନ ହେବ ଲଗାତର ବର୍ଷାରେ ଘର ଭିତରେ ପାଣି ପଶି ରହିଥିବା ବେଳେ ଅତ୍ୟନ୍ତ ଦୁସ୍ଥିତି ଓ ଅସୁବିଧା ଭିତରେ ସେହି ଘର ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି ଅସହାୟ ବୟସ୍କା ମହିଳା ଲକ୍ଷ୍ମୀପ୍ରିୟା ଦାସ। ଘରେ ପାଣି ଆଣ୍ଠୁଏ ରହିଥିବା ବେଳେ ଏକ ଭଙ୍ଗା ଖଟ ଉପରେ ନିଜ ଜୀବନର ସଂଗ୍ରାମକୁ ଜାରି ରଖିଛନ୍ତି ସେ। ଗ୍ରାମପଂଚାୟତ କିମ୍ବା ସରପଂଚ ସବୁ ଜାଣିବି ନଜାଣିବାର ଅଭିନୟ କରିଚାଲିଛନ୍ତି। ତୁରନ୍ତ ପ୍ରଶାସନ ସଂପୃକ୍ତ ଅସହାୟା ମହିଳାଙ୍କୁ ସହଯୋଗ ଓ ସହାୟତାର ହାତ ବଢାଇବାକୁ ସାଧାରଣରେ ଦୃଢ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.