Home କୋରାପୁଟ ଜବର ଦଖଲ ଉଚ୍ଛେଦ

ଜବର ଦଖଲ ଉଚ୍ଛେଦ

90

କୋରାପୁଟ;ତା୧୦୦-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଜବର ଦଖଲରେ ଥିବା ଜମି ଛାଡିବାକୁ ପ୍ରଶାସନ ଡେଡ୍ ଲାଇନ ଦେବା ପରେ ଲୋକେ ନିଜ ଆଡୁ ଘରସବୁ ଭାଙ୍ଗି ଏବେ ସେଠାରୁ ଲୁହାଛଡ,ଇଟା ବାହାରକରିବାରେ ଲାଗି ପଡିଛନ୍ତି । କୋରାପୁଟ ସହରର ଭାଣ୍ଡିସାହି,ପୁଜାରୀପୁଟ,ମାଳିସାହି, ବାଟ ମଙ୍ଗଳା ମନ୍ଦିର ଛକ ଓ ଅନ୍ୟାନ୍ୟ ଅଂଚଳରେ କେତେକ ପ୍ରଭାବଶାଳୀ ଲୋକ ସରକାରୀ ଜମି ଦଖଲ କରି କୋଠା ବାଡେଇଥିଲେ । ବର୍ତମାନ ସହରର ରାସ୍ତା ଚଉଡା କରା ଯାଉଥିବାରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ସଜବାଜ ହେବା ସହ ସେହି ସବୁ ଅଂଚଳରେ ଜାଗା ମାପି ଚିହ୍ନ ଦେବା ପରେ ଜବର ଦଖଲକାରୀଙ୍କ ମଧ୍ୟରେ ଛନକା ପଶିଥିଲା । ତହସିଲଦାର ନେହେରୁ ମାଝି,ପୌର ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଓ ଅନ୍ୟାନ୍ୟ ଅଧିକାରୀ ଜବର ଦଖଲକାରୀଙ୍କୁ ଜାଗା ଛାଡିବାକୁ ମହଲତ ଦେବା ପରେ ସେମାନେ ଆଉ କାଳ ବିଳମ୍ବ ନକରି ଘର ସବୁ ଭାଙ୍ଗିବାରେ ଲାଗି ପଡିଛନ୍ତି । ଏହି ଅବସ୍ଥା ଦେଖି ବର୍ତମାନ ସହରର ଅନ୍ୟ ଭାଗରେ ଜବର ଦଖଲ କରିଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।

sdr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.