Home କେନ୍ଦୁଝର ଜବରଦଖଲ ଉଚ୍ଛେଦ ପାଇଁ ଦାବି କଲେ ଗ୍ରାମବାସୀ

ଜବରଦଖଲ ଉଚ୍ଛେଦ ପାଇଁ ଦାବି କଲେ ଗ୍ରାମବାସୀ

52

ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ତେନ୍ତୁଲିପଦି, ଅସନଗଡିଆ, ଧରମପୁର, ମୋଟରାଗଡିଆ ଗ୍ରାମରେ ରାସ୍ତାପାଖ ଗୁଡିକ ଜବରଦଖଲ ହୋଇଥିବାରୁ ଏହାକୁ ଉଚ୍ଛେଦ କରିବାପାଇଁ ଗ୍ରାମବାସୀ ମାନେ ତହସିଲଦାରଙ୍କ ନିକଟରେ ଦାବି କରିଛନ୍ତି । ଅନେକ ସ୍ଥାନରେ ଜବରଦଖଲ କରିଥିବାରୁ ରାସ୍ତାଟି ସଙ୍କିର୍ଣ୍ଣ ହୋଇପଡିବାସହ ୪ଚକିଆ ଗାଡିଟିଏ ଯାଇପାରୁ ନାହିଁଁ । ଏପରିକି ଦୈବୀଦୁର୍ବିପାକ ବେଳେ ଦମକଳ କିମ୍ବା ଆମ୍ବୁଲାନସ ଟିଏ ମଧ୍ୟ ଅସନଗଡିଆ ସାହିଦେଇ ଆସିପାରୁ ନାହିଁ । ଅନେକ ଲୋକ ରାସ୍ତାଟିକୁ ଜବରଦଖଲ କରିନେଇ ବାଡ ବୁଜିଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି । ଏବେ ଆମ୍ବଗଡିଆ ଠାରୁ ମୋଟରାଗଡିଆ ପର୍ଯ୍ୟନ୍ତ ରାସ୍ତାକାମ ଚାଲୁଥିବାରୁ ଏବେ ଜବରଦଖଲ ଉଚ୍ଛେଦ ହେଲେ ରାସ୍ତାଟି ଓସାରିଆ ହୋଇ ପାରିବ । ଏନେଇ ଗ୍ରାମର ବିଷ୍ଣୁଚରଣ ସେଠୀ, ବାବାଜି ଚରଣ ସେଠୀ, ମାନସ ସେଠୀ, ଅଜୟ କୁମାର ସେଠୀ, ଉପେନ୍ଦ୍ର ବିଶ୍ୱାଳ, ଅନାଦି ପାତ୍ର, କାଶୀ ପୁହାଣ, ମନମୋହନ ସାମଲ ପ୍ରମୁଖ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.