Home ଜିଲ୍ଲା ପରିକ୍ରମା ଜବତ ୨୫୦ ରୁ ଉର୍ଦ୍ଧ୍ୱ ମୋଡିଫାଏଡ୍ ସାଇଲେନ୍ସର ଉପରେ ଚଢିଲା ରୋଲର, ମୋଟର ବାଇକ୍ ଆରୋହୀଙ୍କୁ...

ଜବତ ୨୫୦ ରୁ ଉର୍ଦ୍ଧ୍ୱ ମୋଡିଫାଏଡ୍ ସାଇଲେନ୍ସର ଉପରେ ଚଢିଲା ରୋଲର, ମୋଟର ବାଇକ୍ ଆରୋହୀଙ୍କୁ ପୁଲିସ୍‌ର ଛାଟ

22

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୁଲିସ୍ ୨୫୦ ରୁ ଉର୍ଦ୍ଧ୍ୱ ମୋଟର ବାଇକ୍‌ରେ ମୋଡିଫାଏଡ୍ ସାଇଲେନ୍ସରକୁ ରୋଲର ଚଢାଇବା ଘଟଣା ଭଦ୍ରକ ବାଇକ୍ ଆରୋହୀଙ୍କୁ ସାବଧାନ କରିଦେଇଛି। ସୂଚନା ଯୋଗ୍ୟ ଭଦ୍ରକ ସହରାଂଚଳରେ କେତେକ ମୋଟର ବାଇକ୍‌ରେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ସହରରେ ବିକଟାଳ ଶବ୍ଦ ସୃଷ୍ଟି କରିବା ସହ ଶବ୍ଦ ପ୍ରଦୂଷଣ ଓ ମୋଟର ଯାନ ଆଇନ୍‌ର ଉଲ୍ଲଂଘନ କରିଆସୁଥିଲେ। ଏହାକୁ ନେଇ ଭଦ୍ରକ ପୋଲିସ୍ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଏକମାସ ଧରି ଚଢାଉ କାର୍ଯ୍ୟ ଜାରି ରହିଥିଲା। ଏହି ଚଢାଉରେ ୨୫୦ ରୁ ଉର୍ଦ୍ଧ୍ୱ ମୋଡିଫାଏଡ୍ ସାଇଲେନ୍ସର ପୁଲିସ୍ ଜବତ କରିବା ସହ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଥିଲା। ଆଜି ଏହି ଜବତ ମୋଡିଫାଏଡ୍ ସାଇଲେନ୍ସର ଗୁଡିକୁ ପୁଲିସ୍ ରୋଲର ଚଢାଉ ନଷ୍ଟ କରିଦେଇଛି। ପ୍ରକାଶଯୋଗ୍ୟ କଂପାନୀର ମୋଟର ବାଇକ୍ ଗୁଡିକରେ ମେନୁଫେକଚରିଂ ସାଇଲେନ୍ସର ଲାଗିଥାଏ। ପରବର୍ତୀ ସମୟରେ କେତେକ ମୋଟର ବାଇକ୍ ଆରୋହୀ ନିଜ ସଉକରେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଗାଡି ଚାଳନା କରିଥାନ୍ତି। ଯାହାଫଳରେ ସହରରେ ଶବ୍ଦ ପ୍ରଦୂଷଣ ହେବା ସହ ବାତାବରଣକୁ ଅଶାନ୍ତ କରିଥାଏ। ଅନ୍ୟପକ୍ଷରେ ଏହା ମୋଟର ଯାନ ଆଇନ୍‌ର ଉଲ୍ଲଂଘନ ଅଟେ। ଏ ସଂପର୍କରେ ଟାଉନ୍ ଥାନାଧିକାରୀ ପ୍ରଭାଂଶୁ ମିଶ୍ର କହିଛନ୍ତି ଯେ ପୁଲିସ୍‌ର ଆଜିର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମୋଡିଫାଏଡ୍ ସାଇଲେନ୍ସର ଲଗାଉଥିବା ବାଇକ୍ ଆରୋହୀଙ୍କୁ ସତର୍କ କରାଇବ। ଏହାବ୍ୟତୀତ ବିକ୍ରି କରୁଥିବା ଦୋକାନୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସଚେତନ କରାଇଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.