Home କେନ୍ଦୁଝର ଜବକାର୍ଡଧାରୀ କରିବେ କାମ, ମଜୁରୀ ଯାଉଛି ଭିନ୍ନ ଏକାଉଣ୍ଟକୁ

ଜବକାର୍ଡଧାରୀ କରିବେ କାମ, ମଜୁରୀ ଯାଉଛି ଭିନ୍ନ ଏକାଉଣ୍ଟକୁ

125

ହାଟଡ଼ିହି, ୨୮ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ମନରୋଗା ଯୋଜନାରେ ହେଉଥିବା କାର୍ଯ୍ୟରେ ଜବକାର୍ଡଧାରୀ ମାନେ କାମ କରୁଥିବାବେଳେ ସେମାନଙ୍କ ଏକାଉଣ୍ଟକୁ ଟଙ୍କା ନଯାଇ ଭିନ୍ନ ଏକାଉଣ୍ଟକୁ ମଜୁରୀ ଟଙ୍କା ଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଓ ମନରେଗା କାର୍ଯ୍ୟରେ ଜବକାର୍ଡଧାରୀ ମାନେ କାମ କରିବା ବାଧ୍ୟତା ମୁଳକ କରାଯାଇଛି । ଏହି କାମ କରିବାପରେ ସେମାନଙ୍କ ମଷ୍ଟରରୋଲ କରାଯାଇ ସେମାନଙ୍କ ମଜୁରୀ ବାବଦ ଅର୍ଥକୁ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଦିଆଯିବାର ବ୍ୟବସ୍ଥା ଅଛି । ପଞ୍ଚାୟତର ଜିଆରଏସ ମାନେ ସେମାନଙ୍କ ମଷ୍ଟରରୋଲ ଏଣ୍ଟ୍ରି କରିବା ସହ ଏହିସବୁ କାମ କରିଥାନ୍ତି । କିନ୍ତୁ ବ୍ଲକର ବିଭିନ୍ନ ପଞ୍ଚାୟତରେ କାମ କରୁଥିବା ଜବକାର୍ଡଧାରୀ ମାନଙ୍କ ଏକାଉଣ୍ଟକୁ ଟଙ୍କା ନଯାଇ ଭିନ୍ନ ଏକାଉଣ୍ଟକୁ ମଜୁରୀ ଅର୍ଥ ଯାଉଥିବାରୁ ଜବକାର୍ଡଧାରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । କେ ବାଲିପାଳ ପଞ୍ଚାୟତରେ ବାବନ ନାଇକ, ମିଟୁ ନାଇକ, ମଞ୍ଜୁ ନାଇକ, ରଞ୍ଜୁ ନାଇକ ଜବକାର୍ଡରେ ମାଧ୍ୟମରେ ମନରେଗା କାମ କରିଥିଲେ । ସେମାନେ ଏନେଇ ବଉଳା ବ୍ୟାଙ୍କ ଅଫ ଇଣ୍ଡିଆରେ ସେମାନଙ୍କ ନାମରେ ଥିବା ଏକାଉଣ୍ଟ ନମ୍ବରକୁ ଦେଇଥିଲେ । କିନ୍ତୁ ସେମାନଙ୍କ ଏକାଉଣ୍ଟକୁ ଟଙ୍କା ଦିଆଯିବା ପରେ ତାଙ୍କ ଏକାଉଣ୍ଟକୁ ଟଙ୍କା ଆସି ନଥିଲା । ଏନେଇ ସେମାନେ ପୁନର୍ବାର ବୁଝିବା ବେଳକୁ ତାଙ୍କ ଏକାଉଣ୍ଟ ସ୍ଥାନରେ ଭିନ୍ନ ଲୋକଙ୍କ ନାମରେ ଥିବା ପାଣିକୋଇଲି ସ୍ଥିତ ଷ୍ଟେଟବ୍ୟାଙ୍କ ଏକାଉଣ୍ଟ ନମ୍ବର ଦିଆଯାଇଥିବା ସେମାନେ ଜାଣିବାକୁ ପାଇଛନ୍ତି । କିପରି ଏହା ସମ୍ଭବ ହେଲା ସେନେଇ ଜବକାର୍ଡଧାରୀ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସରକାର ମନରୋଗା ଯୋଜନାକୁ ଆଇନିରେ ପରିଣତ କରି ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ନିୟମ ପରେ ନିୟମ ମାନ କରିଚାଲିଥିଲେବି କିଛି ଦୁର୍ନ୍ନିତିଖୋର କର୍ମଚାରୀଙ୍କ ପାଇଁ ସବୁ ନିୟମ ଯେପରି ପାଣି ଫାଟି ଯାଇଛି । ଖାଲି ଏହି ପଞ୍ଚାୟତ ନୁହଁ ଅଧିକାଶଂ ପଞ୍ଚାୟତରେ ଏହିପରି ଅସୁବିଧାମାନ ହେଉଥିବାରୁ ଲୋକମାନେ ଜବକାର୍ଡ ମାଧ୍ୟମରେ କାମ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏ ସମ୍ପର୍କରେ ମନରେଗା ଯୋଜନାରେ କାର୍ଯ୍ୟରତ ବ୍ଲକର ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ ପୁର୍ବରୁ ଏପରି ହେଉଥିଲା ଏବେ ତାହା ଆଉ ସମ୍ଭବ ନୁହଁ । ଯଦି ଆଧାର ସଂଯୋଗ ହୋଇ ନଥିବ ଓ ଅନ୍ୟ ଏକାଉଣ୍ଟରେ ମଜୁରୀ ଅର୍ଥ ପକାଯାଇଥିବ ତେବେ ତାହା ଫେରି ଆସିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.