Home ଜିଲ୍ଲା ପରିକ୍ରମା ଜନ ଶିକ୍ଷଣ ସଂସ୍ଥାନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଜନ ଶିକ୍ଷଣ ସଂସ୍ଥାନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

3

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଭାରେ ଉପଯୁକ୍ତ ଶିକ୍ଷା ଓ ଦକ୍ଷତାପ୍ରାପ୍ତ ହେଲେ ମହିଳାଙ୍କର ନିଜର ବିକାଶ ସହ ସମାଜ ଓ ଦେଶର ବିକାଶ ହୋଇପାରିବ। ସେଥିପାଇଁ ଦୃଢ ମନୋବଳ ସହ ସରକାର ସୃଷ୍ଟି କରୁଥିବା ସୁଯୋଗର ସଦୁପଯୋଗ କରିବା ଉଚିତ ବୋଲି ବକ୍ତାମାନେ ଉପସ୍ଥିତ ଶତାଧିକ ଦକ୍ଷତା ତାଲିମପ୍ରାପ୍ତ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି। ଉକ୍ତ ସମାରୋହରେ ସିଲାଇ ଶିକ୍ଷା, ବିଉଟିସିଆନ, ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦିର ତାଲିମ ନେଇଥିବା ମହିଳାଗଣ ନିଜର ଆତ୍ମବିଶ୍ୱାସ ବଢିଥିବା କଥା ଆଲୋଚନା କରିଥିଲେ। କୃତି ମହିଳା ମାନଙ୍କୁ ପ୍ରମାଣପତ୍ର ବଂଟନ କରାଯାଇଥିଲା।ପ୍ରୋଗ୍ରାମ ଅଫିସର ମିଲୁ କୁମାର ମହନ୍ତ ଓ ଗଜେନ୍ଦ୍ର ସାହୁଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ସମାଜସେବୀ ରାଧାରାଣୀ ମହାପାତ୍ର, ମୁଖ୍ୟବକ୍ତା ଶ୍ରମନିଯୋଗ ଅଧିକାରୀ ଅନିତା ନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.