ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନପ୍ରତିନିଧି ଓ କର୍ମୀ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଜଣକୁ ଛାଡି ଅନ୍ୟ ଜଣକର କଳ୍ପନା କରାଯାଇ ପାରିବ ନାହିଁ । ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ଠିକ୍ ରହିଲେ ଅଚଂଳର ବିକାଶ ହୋଇଥାଏ । ଏହି ଅବସରରେ ଆଜି ନୂତନ ବର୍ଷ ନେତା ମାନଙ୍କ ଘରେ କର୍ମୀଙ୍କ ଭିଡ ପରିଲକ୍ଷିତ ହୋଇଛି । ଭାରତୀୟ ଜନତା ପାର୍ଟିର ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଉଚ୍ଚଶିକ୍ଷା ଓ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକଙ୍କୁ ବରିଷ୍ଠ କାର୍ଯ୍ୟକର୍ତା ମଦନ ମୋହନ ଦାଶ, ବିଷ୍ଣୁ ପ୍ରସାଦ ପଣ୍ଡା, ପୂର୍ବତନ ସମିତିସଭ୍ୟ ବସନ୍ତ କୁମାର ନାୟକ, ଶୁଭସ୍ମିତା ନାୟକ ପ୍ରମୁଖ ଜନପ୍ରତିନିଧିଙ୍କ ବାସ ଭବନରେ ପହଚିଂ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଭଦ୍ରକ ଲୋକସଭା ଓ ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀକୁ ସମୃଦ୍ଧ ଓ ବିକଶିତ କରାଇବାରେ ତାଙ୍କର ସହଯୋଗ କାମନା କରିଛନ୍ତି । ଏହିଅବସରରେ କର୍ମୀ ମାନେ ଜନପ୍ରତିନିଧି ପ୍ରମୁଖଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ।








