ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିଥିବା ସୀମା ସୁରକ୍ଷା ବାହିନୀର ଇନ୍ସପେକ୍ଟର ହରିଶ୍ଚନ୍ଦ୍ର ଦାସଙ୍କୁ ଭଦ୍ରକ ଜିଲ୍ଲା ଐତିହାସିକ ଆଗରପଡା ମାଟିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘ ୪୧ ବର୍ଷର ଚାକିରୀ କାଳ ମଧ୍ୟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ, କଲିକତା, ଆସାମ, ଦିଲ୍ଲୀ, ଗୁଜୁରାତ ପରେ ଓଡିଶାର କୋରାପୁଟରୁ ଅବସର ଗ୍ରହଣ କରିଥିଲେ । ରବିବାର ରାତ୍ରରେ ଜନ୍ମ ମାଟିରେ ପହଚିଂବା ପରେ ଆଗରପଡା କଲେଜ ଛକ ଠାରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ବିଶ୍ୱ ହିନ୍ଦୁ ପରିଷଦର ପ୍ରତାପ ସାହୁ, ଯୁବ ସମାଜସେବୀ ଶୁଭ୍ରଜିତ୍ ପଣ୍ଡା, ବିପିନ ବିହାରୀ ଖଟୁଆ, ସୁରେଶ ପରିଡା, ପ୍ରଫୁଲ୍ଲ ମହାନ୍ତି, ବ୍ୟବସାୟୀ କାହ୍ନୁ ଚରଣ ସାହୁ, ସଞ୍ଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ପରେ ତାଙ୍କୁ ଏକ ସୁସଜ୍ଜିତ ଗାଡିରେ ମୋଟର ସାଇକେଲ ଶୋଭାଯାତ୍ରା ସହ ଦେଶାତ୍ମବୋଧ ସଙ୍ଗୀତ ଯୋଗେ ରାଉତରାପୁରସ୍ଥିତ ବାସ ଭବନକୁ ପାଚ୍ଛୋଟି ନିଆଯାଇଥିଲା । ଇନ୍ସପେକ୍ଟର ହରିଶ୍ଚନ୍ଦ୍ର ନିଜ ଚାକିରୀ କାଳ ମଧ୍ୟରେ ଅନେକ ଦୁଃସାହାସିକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଥିବା ବେଳେ ଆଗକୁ ବିଭିନ୍ନ ସଙ୍ଗଠନ ସହ ଜଡିତ ରହି ସେବା କାର୍ଯ୍ୟ କରିବେ ବୋଲି କହିଛନ୍ତି ।








