Home ଜିଲ୍ଲା ପରିକ୍ରମା ଜନ୍ମମାଟିରେ ଯବାନଙ୍କୁ ଭବ୍ୟ ସ୍ୱାଗତ, ଅପରେସନ ‘ସିନ୍ଦୂର’ରୁ ଫେରିଲେ ହିତେଶ

ଜନ୍ମମାଟିରେ ଯବାନଙ୍କୁ ଭବ୍ୟ ସ୍ୱାଗତ, ଅପରେସନ ‘ସିନ୍ଦୂର’ରୁ ଫେରିଲେ ହିତେଶ

12

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅପରେସନ ‘ସିନ୍ଦୂର’ରେ ସାମିଲ ଥିଲେ। ଜମ୍ମୁ କାଶ୍ମୀର ସୀମାନ୍ତ ପୁଂଚ ସେକ୍ଟରରେ ନିୟୋଜିତ ହୋଇଥିଲେ। ଫାୟାରିଂ ଟିମ୍‌ରେ ରହି ରାତିଦିନ ଶତ୍ରୁଙ୍କ ସହ ଲଢି ରବିବାର ଗାଁକୁ ଫେରିଛନ୍ତି ଯବାନ। ତାଙ୍କୁ ଭଦ୍ରକ ଷ୍ଟେସନରୁ ଜନ୍ମମାଟିବାସୀ ପାଛୋଟି ନେଇଛନ୍ତି। ଗାଁରେ ପହଂଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି। ଦେଶର ସୁରକ୍ଷା ପାଇଁ ଶତ୍ରୁ ସହ ଲଢି ଫେରିଥିବା ଅପରେସନ ସିନ୍ଦୂରର ଯବାନ ହେଉଛନ୍ତି ଭଦ୍ରକ ବ୍ଳକ ପାପିଠିଆ ପଂଚାୟତର ହିତେଶ ପତି। ହିତେଶ ଭାରତୀୟ ସେନାରେ ଏବେ ଆର୍ଟଲାରୀରେ କାର୍ଯ୍ୟରତ ରହିଛନ୍ତି। ଯୁଦ୍ଧ ସମୟରେ ସବୁଠୁ ଉତେଜନା ପୂର୍ଣ୍ଣ ପୁଂଚ ସେକ୍ଟରରେ ସେ ନିୟୋଜିତ ହୋଇଥିଲେ। ଶତ୍ରୁ ଦେଶ ସହ ସିଧା ସଳଖ ଲଢ଼ୁଥିଲେ। ଏବେ ଗାଁକୁ ଆସିଛନ୍ତି। ତାଙ୍କୁ ଭଦ୍ରକ ରେଲୱେ ଷ୍ଟେସନରୁ ଗ୍ରାମବାସୀଙ୍କ ସମେତ ଯୁବ ବନ୍ଧୁମାନେ ଶୋଭାଯାତ୍ରା କରି ବାଣିତିଆ ପଂଚାୟତକୁ ନେଇଛନ୍ତି। ସ୍ୱତନ୍ତ୍ର ଓପନ କାର ଯୋଗେ ବଦେ ମାତରମ, ଜୟ ଯବାନ, ଭାରତ ମାତା କି ଜୟ ନାରାରେ ହିତେଶ ଗାଁକୁ ଫେରିଥିଲେ। ଷ୍ଟେସନରୁ ସମାଜସେବୀ ଗଣେଶ ପତି, ଦୀପକ ମଲ୍ଲିକ, ବୈରୀଗଞ୍ଜନ ଥାଟୋଇ, କାର୍ତିକ ବାରିକ, ଗଣେଶ ଦୀକ୍ଷିତ, ଚିତ ରଞ୍ଜନ ପତି, ତପନ ଦାସ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଗ୍ରାମରେ ପହଂଚିବା ପରେ ତାଙ୍କୁ ପଂଚାୟତବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରଯାଇଥିଲା। ମନୋରଞ୍ଜନ ପତି ଓ ସୁକାନ୍ତୀଙ୍କ ପୁତ୍ର ହିତେଶଙ୍କ ପାଇଁ ଆଜି ବାଣିତିଆ ମାଟି ଗୌରବ ବୋଲି ତାଙ୍କ ସହପାଠୀ ପ୍ରକାଶ କରିଛନ୍ତି। ଯୁଦ୍ଧ ସମୟରେ ନିଜ ଗ୍ରୁପ୍‌ରେ ଥିବା ଯବାନ ଦିନେଶ ଶର୍ମା ସହିଦ ହୋଇଗଲେ । ଯାହା ଅତି କଷ୍ଟଦାୟକ ଥିଲା ବୋଲି ହିତେଶ ପ୍ରକାଶ କରିଛନ୍ତି। ଆଜି ଭଦ୍ରକ ଜିଲ୍ଲା ର ବିଶ୍ୱ ହିନ୍ଦୁ ପରିଷଦର ସଂପାଦକ ବସନ୍ତ କୁମାର ରାଉତ ଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ବାଣିତିଆ ରେ ପହଂଚି ହିତେଶ ରଞ୍ଜନ ପତି ଙ୍କ ସହିତ ଅପରେସନ ସିନ୍ଦୁର ବିଷୟରେ ଆଲୋଚନା କରିଥିଲେ। ବଜରଙ୍ଗ ଦଳ ର ରାଜ୍ୟ ସଦସ୍ୟ ବିପିନ ବିହାରୀ ପଣ୍ଡା ଉପସ୍ଥିତ ରହି ସମସ୍ତ ବିଷୟ ରେ ପଚାରି ବୁଝିଥିବାବେଳେ ସଂଗଠନ ର ବହୁ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.