Home ଜିଲ୍ଲା ପରିକ୍ରମା ଜନସମୁଦାୟରେ ମର୍ଯ୍ୟାଦାବୋଧ ସ୍ଥାପନ ମାନବାଧିକାରର ଆଭିମୁଖ୍ୟ, ବିଏନଏମଏ କଲେଜ ରାଜନୀତି ବିଜ୍ଞାନ ବିଭାଗରେ ପାଠଚକ୍ର

ଜନସମୁଦାୟରେ ମର୍ଯ୍ୟାଦାବୋଧ ସ୍ଥାପନ ମାନବାଧିକାରର ଆଭିମୁଖ୍ୟ, ବିଏନଏମଏ କଲେଜ ରାଜନୀତି ବିଜ୍ଞାନ ବିଭାଗରେ ପାଠଚକ୍ର

53

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜ, ସଂସ୍କୃତି ଓ ନୈତିକତା ପରି ମାନବକେନ୍ଦ୍ରିକ ବିଚାରଧାରା ପ୍ରତିଷ୍ଠା କରିବା ହେଉଛି ମାନବିକ ଅଧିକାରର ମୂଳକଥା। ଏକ ଉନ୍ନତ ରାଷ୍ଟ୍ରନିର୍ମାଣ ପାଇଁ ସାମାଜିକ ବୈଷମ୍ୟ ଓ ଭେଦଭାବ ଦୂରକରି ସମତାଭିତ୍ତିକ ଭ୍ରାତୃତ୍ୱପୂର୍ଣ୍ଣ ହିଂସାତ୍ମକ ସମାଜର ପରିକଳ୍ପନା କରିବା ଓ ଜନସମୁଦାୟରେ ମର୍ଯ୍ୟାଦାବୋଧ ସଂଚରିତ ମାନବାଧିକାର ଆଭିମୁଖ୍ୟ ବୋଲି ବୁଧବାର ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନଏଏ କଲେଜ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଭାଗ ମୁଖ୍ୟ ଅଧ୍ୟାପକ ସରୋଜ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ଅତୀତ ଓ ବର୍ତ୍ତମାନ ପୃଷ୍ଠଭୂମିରେ ଭାରତରେ ମାନବାଧିକାର ଉଲଂଘନ’ ଶୀର୍ଷକ ସମ୍ପାନରେ ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡା ଯୋଗଦେଇ ଉଦଘାଟନ କରିଥିଲେ। ବିଷୟ ବିଶାରଦ-ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ କମଳାକାନ୍ତ ବିଶ୍ୱାଳ ଯୋଗଦେଇ ମାନବିକ ଅଧିକାର ଭଙ୍ଗହେବା ଅର୍ଥ ମଣିଷର ମୃତ୍ୟୁ ହେବା ସଙ୍ଗେ ସମାନ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଶିକ୍ଷାବିଭାଗ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍‌, ଲୋକପ୍ରଶାସନ ବିଭାଗ ମୁଖ୍ୟ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ ଅଜୟ କୁମାର ପାତ୍ର, ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ତପନ କୁମାର ନାୟକ ପ୍ରମୁଖ ଯୋଗଦେଇ ନ୍ୟାୟ, ନୀତି, ପ୍ରୀତି ଓ ଭ୍ରାତୃତ୍ୱପୂର୍ଣ୍ଣ ମାନବ ସମାଜର ବିକାଶ ଉପରେ ମାନବାଧିକାର ପ୍ରାଧାନ୍ୟ ଦିଏ ବୋଲି କହିଥିଲେ। ଛାତ୍ରୀ ଜ୍ୟୋତିପ୍ରଭା ଜେନା ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ ଅଧ୍ୟାପିକା ଅନୀତା ତ୍ରିପାଠୀ ପ୍ରାରମ୍ଭିକ ବକ୍ତବ୍ୟ ଓ ବିଷୟ ସୂଚନା ପ୍ରଦାନ କରିଥିଲେ। ତୃତୀୟ ବର୍ଷ ପକ୍ଷରୁ ଛାତ୍ର ଦିବ୍ୟଜ୍ୟୋତି ପ୍ରଧାନ, ଦେବାଶିଷ ଜେନା, ସେକ ସଦାକତ୍ ହୁସେନ ଚୌଧୁରୀ, ଛାତ୍ରୀ ଅର୍ପିତା ପାଣିଗ୍ରାହୀ, ତୃପ୍ତିରାଣୀ ରାଉତ ଓ ଦ୍ୱିତୀୟବର୍ଷ ପକ୍ଷରୁ ଛାତ୍ର ମୃତ୍ୟୁଞ୍ଜୟ ସାହୁ ଓ ଛାତ୍ରୀ ଶୁଭଶ୍ରୀ ସେଠୀ, ଅର୍ପିତା ମହଲ ଭିତ୍ତିପ୍ରବନ୍ଧ ପାଠ କରିଥିଲେ। ଅଧ୍ୟାପିକା ପଦ୍ମାଳୟା ଖଟୁଆ ଓ ବୈଷ୍ଣବ ମହାନ୍ତି ଅଂଶଗ୍ରହଣ କରିଥିଲେ। ଛାତ୍ରୀ ସୁମିତ୍ରା ବେହେରା ଓ ଅର୍ପିତା ପାଣିଗ୍ରାହୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ବିଭାଗର ଅଧ୍ୟାପକ ଦେବାଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.