Home ଓଡ଼ିଶା ଜନପ୍ରିୟ ନେତା ଇକ୍‌ବାଲ ଖାନ୍ ଆଉ ନାହାଁନ୍ତି

ଜନପ୍ରିୟ ନେତା ଇକ୍‌ବାଲ ଖାନ୍ ଆଉ ନାହାଁନ୍ତି

55

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌର ରାଜନିତୀର ଅନ୍ୟତମ ବରିଷ୍ଠ ଓ ଟାଣୁଆ ନେତା ଇକବାଲ ଖାନ୍‌ଙ୍କ ତାଙ୍କ ପୈତୃକ ବାସଭବନ ପୁରୁଣାବଜାରସ୍ଥିତ ଛଡ଼ାକମହଲାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ମାସ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ପ୍ରାକ୍ତନ ପାରିଷଦ ଜେବା ଇକବାଲ, ଦୁଇ ଭାଇ ଶେର ଅଲ୍ଲୀ ଖାନ, ଡ. କମାଲ ଖାନ, ତିନି ଭଉଣୀ, ଏକମାତ୍ର ପୁତ୍ର ସରବୁଲନ୍ଦ ଖାନ, ପୁତ୍ରବଧୂ, ଦୁଇ ଝିଅ ଗୁଲାମ ଦାନ ଖାନ, ବକମଲା ଖାନ, ଭାଣିଜୀ ନବ ନିର୍ବାଚିତା ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ଭଉଣୀ ପ୍ରାକ୍ତନ ପୌର ଉପାଧ୍ୟକ୍ଷା ତାହେରା ଖାତୁନ, ଓ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଶ୍ରୀ ଖାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଭଦ୍ରକ ପୌରାଞ୍ଚଳରେ ଶୋକର ଛାୟା ଖଳି ଯାଇଥିଲା। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ରାଜ୍ୟ ସଂପାଦକ ଇଂ. ପ୍ରୟାସକାନ୍ତୀ ସାମଲ, ମଳୟ ଜେନା, କବି ଅଶୋକ ନାୟକ, ଶିକ୍ଷାବିତ୍ ଏସ.ଏମ.ଫାରୁକ୍‌, ହରି ନନ୍ଦ, ଅନୱାର ହୋସେନ, ବିଜେଡି ନଗର ସଭାପତି ତାହେର ମହମ୍ମଦ, ଶୁଭଙ୍କର ମହାପାତ୍ର, ଜାହିଦ ହବିବ୍‌, ପୌର ପରିଷଦର ସମସ୍ତ କାଉନସିଲର, ଅଧିକାରୀ ଓ କର୍ମଚାରୀ, ସମାଜସେବୀ ସୁଧାକର ରାଉତ୍‌, ଜୁବୁଲି ଷ୍ଟାର କ୍ଲବର ସଂପାଦକ ଶେଖ ଅନୱର, ପ୍ରତିଷ୍ଠାତା ସଭାପତି ଥିବା ଜବୁଲି ଷ୍ଟାର କ୍ଳବ ଓ ରୋଭର୍ସ କ୍ଳବ୍‌ର ସମସ୍ତ କର୍ମକର୍ତ୍ତାଙ୍କ ସମେତ ହଜାର ହଜାର ବ୍ୟକ୍ତିବିଶେଷ ସ୍ୱର୍ଗତ ଖାନଙ୍କ ବାସଭବନରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରକାଶଯୋଗ୍ୟ ଅଶୀ ଦଶକରେ ଶ୍ରୀ ଖାନ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଅବିଭକ୍ତ ଜନତା ଦଳରେ ଯୋଗ ଦେବା ସହିତ ଆଜି ପର୍ଯ୍ୟନ୍ତ ନିଜର ଅସୁସ୍ଥତା ସତ୍ତ୍ୱେ ବିଜେଡି ରାଜନିତୀରେ ସକ୍ରିୟ ଥିଲେ। ସେ ପୂର୍ବରୁ ୩ଥର ଭଦ୍ରକ ପୌର ପରିଷଦର ପାରିଷଦ ରହିବା ସହ ବିଜେଡିର ବିଭିନ୍ନ ସାଂଗଠନିକ ପଦ ପଦବୀରେ ରହି ନିଷ୍ଠାର ସହ କାର୍ଯ୍ୟ ତୁଲାଇଥିଲେ। ଦଳ ପ୍ରତି ତାଙ୍କ ଅବଦାନ ଓ ସାଂଗଠନିକ ଦକ୍ଷତା ନିମିତ୍ତ ଦଳ ପକ୍ଷରୁ ତାଙ୍କୁ ବହୁବାର ସମ୍ମାନିତ କରାଯାଇଥିଲା। ସେ ରୋଭର୍ସ କ୍ଲବର ଜଣେ ପୂର୍ବତନ ଆଗଧାଡ଼ିର ଫୁଟବଲ ଖେଳାଳୀ ଥିଲେ। ସ୍ୱର୍ଗତ ଖାନଙ୍କୁ କ୍ରାଇସିସ ମ୍ୟାନେଜର ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିଥିବାବେଳେ, ସାଂସଦ ଶ୍ରୀମତୀ ମଣ୍ଡଳ ତାଙ୍କର ମୃତ୍ୟୁ କେବଳ ବିଜେଡି ପାଇଁ ନୁହେଁ ବରଂ ସମଗ୍ର ଭଦ୍ରକ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଆଜି ରାତ୍ରୀର ଏସାଁ ନମାଜ ପରେ ଜନାଜା ନମାଜ ପାଠ ପରେ ତାଙ୍କୁ ସମାଧି ଦିଆଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.