Home Top News କଲେଜ ୱେଲ୍‌କମ୍ ଫଙ୍କସନରେ ସହପାଠୀଙ୍କୁ ଛୁରାମାଡ

କଲେଜ ୱେଲ୍‌କମ୍ ଫଙ୍କସନରେ ସହପାଠୀଙ୍କୁ ଛୁରାମାଡ

31

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୱେଲ୍‌କମ୍ ଫଙ୍କସନ ପରିଚାଳନାକୁ ନେଇ ଦେଖାଦେଇଥିବା ବିବାଦ ଉଗ୍ରରୂପ ନେଇ ଜଣେ ଅଣଛାତ୍ରଙ୍କ ସହ ଛାତ୍ରଙ୍କ ଛୁରାମାଡ଼ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବରପଦା ଇଂଜିନିୟରିଂ କଲେଜର ଏମ୍‌ବିଏ ଦ୍ୱିତୀୟ ବର୍ଷ ଡିପାର୍ଟମେଣ୍ଟରେ ଆଜି ୱେଲକମ୍ ଫଙ୍କସନ ହେଉଥିଲା। ଦ୍ୱିତୀୟବର୍ଷର ଏହି ଫଙ୍କସନ ପରିଚାଳନାକୁ ନେଇ ଦୁଇଛାତ୍ରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଇତିମଧ୍ୟରେ ଉତ୍ସବ ପରେ ଦୀପକ ମାଝୀ ନାମକ ଜଣେ ଛାତ୍ର ବାହାରକୁ ଆସିଥିବାବେଳେ ତାର ସହପାଠୀ ଛାତ୍ର ବିକାଶ ମହାପାତ୍ର କେତେକ ଅଣଛାତ୍ରଙ୍କୁ ସଂଗଠିତ କରି ତାଙ୍କ ସହ ଯୁକ୍ତିତର୍କ କରିଥିଲା। ଏହି ବିବାଦ ଏଭଳି ଚରମ ସୀମାରେ ପହଞ୍ଚିଥିଲା ଯେ ସେମାନେ ଦୀପକଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୀପକ ଏବେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଘଟଣାକୁ ନେଇ ଏପର୍ଯ୍ୟନ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବିଷୟ ଥାନା କର୍ତ୍ତୃପକ୍ଷ କହିଥିବାବେଳେ ଛାତ୍ରଜଣକ ଥାନାରେ ଅଭିଯୋଗ କରିଥିବାର କହିଛନ୍ତି। ଏହି ଘଟଣାକୁ ନେଇ ଆକ୍ରମଣକାରୀ ଛାତ୍ର କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.