Home ଗଞ୍ଜାମ ଜନନାୟକ ସ୍ବର୍ଗତ ବିଶ୍ୱନାଥ ସାହୁଙ୍କ ୧୧୭ ତମ ଜୟନ୍ତୀ ପାଳିତ

ଜନନାୟକ ସ୍ବର୍ଗତ ବିଶ୍ୱନାଥ ସାହୁଙ୍କ ୧୧୭ ତମ ଜୟନ୍ତୀ ପାଳିତ

134

ବ୍ରହ୍ମପୁର: ୭/୦୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବିଶିଷ୍ଠ ସମାଜବାଦୀ ଓ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବିଶ୍ୱନାଥ ସାହୁଙ୍କ ୧୧୭ ତମ ଜୟନ୍ତୀ ଆଜି ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ସାହୁ ଶିକ୍ଷାର ପ୍ରସାର ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ଘଟଣା ଆଜି ଜୟନ୍ତୀ ପାଳନ ସମାବେଶରେ ବିଶିଷ୍ଠ ବ୍ୟକ୍ତି ମାନେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲ। ଗୋଳନ୍ଥରା ସ୍ଥିତ ବିଶ୍ୱନାଥ ଉଚ୍ଚ ଓ ବୈଷୟିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାବେଶରେ ୧୯୪୮ ମସିହାରେ ସ୍ବର୍ଗତ ସାହୁଙ୍କ ଉଦ୍ୟମରେ ଶିକ୍ଷାନୁଷ୍ଠାନଟି ପ୍ରତିଷ୍ଠିତ ହୋଇଥିବା ଉଲ୍ଲେଖ କରି ଅତିଥି ବକ୍ତାମାନେ ଅନ୍ୟାୟ, ଅବିଚାର, ଶୋଷଣ, କଷଣ ବିରୁଦ୍ଧରେ ସ୍ବର୍ଗତ ସାହୁ ସାଲିସ ବିହୀନ ସଂଗ୍ରାମ କରିଥିବା କହିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ସୀମାଞ୍ଚଳ ନାହାକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାବେଶରେ ଶିକ୍ଷାବିତ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ପ୍ରକାଶ ଚନ୍ଦ୍ର ଶତପଥୀ, ରମେଶ ଚନ୍ଦ୍ର ପାତ୍ର, ବିଜୟ କୁମାର ସାହୁ, ଅନନ୍ତ ଦାଶ, ରାମକୃଷ୍ଣ ପାତ୍ର ପ୍ରମୁଖ ସ୍ବର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଶିକ୍ଷାର୍ଥୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.