Home ଜିଲ୍ଲା ପରିକ୍ରମା ଜନନାୟକ ଅର୍ଜୁନ ଚରଣ ସେଠୀଙ୍କ ୮୫ତମ ଜନ୍ମଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳୀ

ଜନନାୟକ ଅର୍ଜୁନ ଚରଣ ସେଠୀଙ୍କ ୮୫ତମ ଜନ୍ମଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳୀ

8

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ବନ୍ତ ବ୍ଲକ ଆଗରପଡ଼ା ଅନ୍ତର୍ଗତ ଇଲେଭେନ୍‌ଷ୍ଟାର କ୍ଲବ ପଡିଆ ପରିସରରେ ଆଗରପଡ଼ାର ଗୌରବ, ଭଦ୍ରକର ମାଟିର ମହାନ ସନ୍ତାନ ଏବଂ ଓଡ଼ିଶାର ଉଜ୍ଜ୍ୱଳ ନାୟକ ଦିବଂଗତ ଜନନାୟକ ଅର୍ଜୁନ ଚରଣ ସେଠୀଙ୍କ ୮୫ତମ ଜନ୍ମଜୟନ୍ତୀ ଗଭୀର ଭାବଗାମ୍ଭୀର‌୍ୟରେ ପାଳିତ ହେଲା। ଜଳସଂପଦ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ମର୍ଯ୍ୟାଦାଜନକ ପଦ ପାଇଥିବା ଏହି ମହାନାୟକ, ସମଗ୍ର ଭଦ୍ରକ ଜିଲ୍ଲା ଏବଂ ଓଡ଼ିଶାର ଉନ୍ନତି ପାଇଁ ନିଜ ସମସ୍ତ ଜୀବନକୁ ଉତ୍ସର୍ଗ କରିଥିଲେ। ସାଧାରଣଙ୍କ ସୁଖ–ଦୁଃଖରେ ଅଟଳ ସହଭାଗିତା, ଜନମାଟି ପ୍ରତି ଗଭୀର ଭଳପାଇବା ଏବଂ ସତ୍ୟନିଷ୍ଠାର ପଥ — ଆମ ସମସ୍ତଙ୍କୁ ଗର୍ବର ସହ ପ୍ରେରଣା ଦେଇଆସୁଛି। ଏହି ଅବସରରେ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ – ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବରିଷ୍ଠ ନେତା ବଦ୍ରିନାରାୟଣ ଧଳ, ବିଶିଷ୍ଟ ଶିକ୍ଷାବିଦ୍ ସୁଧାଂଶୁ ନାୟକ, ବିଶିଷ୍ଟ ସମାଜସେବୀ ଅଜୟ ନାୟକ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଉକ୍ତ ସ୍ମୃତି କମିଟି ର ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ହେମନ୍ତ ସିଂହ ଙ୍କ ସହିତ ଅନେକ ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.