Home ଜିଲ୍ଲା ପରିକ୍ରମା ଜନତା ସେବା କେନ୍ଦ୍ରର ବାର୍ଷିକ ଉତ୍ସବ

ଜନତା ସେବା କେନ୍ଦ୍ରର ବାର୍ଷିକ ଉତ୍ସବ

17

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଚରମ୍ପା ର ଜନତା ସେବା କେନ୍ଦ୍ରର ବାର୍ଷିକ ଉତ୍ସବ ଚରମ୍ପା ଅଗ୍ରସେନ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ବିଶ୍ୱନାଥ ଅଗ୍ରୱାଲଙ୍କ ସଭାପତିତ୍ୱ ଓ ଆଇନଜୀବି ପବନ ଶର୍ମାଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକର ଅତିରିକ୍ତ ପୋଲିସ ଅଧିକାରୀ ଅଂଶୁମାନ ଦ୍ୱିବେଦୀ ଯୋଗ ଦାନ କରି ଭଦ୍ରକର ଅନେକ ଗୁଡିଏ ଉନ୍ନତିକର କାର୍ଯ୍ୟ ସମ୍ପାଦନରେ ମାଧ୍ୟମ ସାଜିଥିବାରୁ ଏହାର ଉତୋରତୋର ଉନ୍ନତି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ଅତିଥି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲାଇ, ଭଦ୍ରକ ବାର ଆସୋସିଏସନର ସଭାପତି ସନ୍ତୋଷ ଆଚାର୍ଯ୍ୟ, ତ୍ୟାଗ ଭୂମିର ସଭାପତି ଅଜୟ ନାୟକ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ନାୟକ, ସମାଜସେବୀ ମଦନ ଲାଲ ଗୁପ୍ତା ଯୋଗ ଦେଇ ଜନତା ସେବା କେନ୍ଦ୍ର ର ବିଭିନ୍ନ ଜନହିତକର କାର୍ଯ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ସମ୍ପାଦକ ସୁରେନ୍ଦ୍ର ନାଥ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କବି ନାରାୟଣ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ କୁନୀ କୁନୀ ପିଲାମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.