Home Top News ଜଣେ କରୁଥିଲା ପ୍ରେମ, ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ୬ ଜଣ ସାଙ୍ଗ ଏକାଠି...

ଜଣେ କରୁଥିଲା ପ୍ରେମ, ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ୬ ଜଣ ସାଙ୍ଗ ଏକାଠି ବିଷ ଖାଇଦେଲେ, ତିନି ଜଣଙ୍କର ମୃତ୍ୟୁ, ୩ ଗୁରୁତର

69

ବିହାର ୮-୪ (ଓଡ଼ିଆ ପୁଅ) ବିହାରର ଔରଙ୍ଗାବାଦ ଜିଲ୍ଲାର କସମା ଅଞ୍ଚଳରେ ଏକ ଅଦ୍ଭୁତ ଘଟଣା ଘଟିଛି। ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା। ଏହି ଅଞ୍ଚଳରେ ୬ ଜଣ ଝିଅ ଏକାଠି ବିଷ ଖାଇଦେଇଥିବା ଘଟଣା ସାମନାକୁ ଆସିଛି। ବିଷ ଖାଇବା ପରେ ତିନିଜଣଙ୍କର ତୁରନ୍ତ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଝିଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ, ଏହି ୬ ଜଣ ସାଙ୍ଗଙ୍କର ପରସ୍ପର ସହ ଗଭୀର ବନ୍ଧୁତା ଥିଲା। ଏହି ଝିଅମାନଙ୍କ ମଧ୍ୟରୁ ଜଣେ ଝିଅର ନିଜ ଭାଇର ସଳା ସହିତ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ଯେତେବେଳେ ପୁଅ ବିବାହ କରିବାକୁ ମନା କଲା, ଝିଅଟି ପ୍ରଥମେ ବିଷ ଖାଇଲା ଏବଂ ପରେ ତାଙ୍କର ପାଞ୍ଚଜଣ ସାଙ୍ଗ ମଧ୍ୟ ବିଷ ଖାଇଦେଲେ। ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତିନିଜଣଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.