ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଦୀର୍ଘ ୨ମାସ ହେବ ମାଛ ଧରା ଜାଲ ବସାକୁ ନେଇ ପ୍ରଥମେ ବଚସା ପରେ ମାରପିଟ ହୋଇଥିଲା। ଏହି ଅତର୍କିତ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଧୀବର ଜଡା ଦାସଙ୍କ ମୃତ୍ୟ ଘଟିଥିଲା।ଏହି ମୃତ୍ୟୂ ଘଟଣାରେ ଜାଗୁଳା ପଂଚାୟତର ସରପଂଚ ତଥା ସ୍ଥାନୀୟ ଲୋକେ ଜଡିତ ଥିବା କଥା ମୃତ ଜଡା ଦାସଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏହି କେସରେ ମୁଦାଲା ଥିବା ଜାଗୁଳା ସରପଂଚ ଦୀର୍ଘ ଦିନ ହେବ ଫେରାର ହୋଇ ରହିଥିବା ବେଳେ ଆଜି ଧାମରା ପୁଲିସ ମେରାଇନ ପୁଲିସ ସହାୟତାରେ ଜାଗୁଳା ପଂଚାୟତର ଜଗବନ୍ଧୁ ବିଶ୍ୱାଳଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପରେ ସଂପୃକ୍ତ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସଂପୃକ୍ତ ଥାନାଧିକାରୀଙ୍କ ନିକଟରୁ ପ୍ରକାଶ।