Home ଓଡ଼ିଶା ଜଙ୍ଗଲ ଅଧିକାର ଆଇନି ବଳ ରେ ଗ୍ରାମଗୋଷ୍ଠୀ କୁ  ସାମୁଦାୟିକ ପଟ୍ଟା ବଣ୍ଟନ

ଜଙ୍ଗଲ ଅଧିକାର ଆଇନି ବଳ ରେ ଗ୍ରାମଗୋଷ୍ଠୀ କୁ  ସାମୁଦାୟିକ ପଟ୍ଟା ବଣ୍ଟନ

72

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୧୧- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଜଙ୍ଗଲ ସମ୍ପଦ ଲୋପ ପାଇବାକୁ ବସିଥିବା ଥିବାବେଳେ ବସୁନ୍ଧରା ସ୍ୱଚ୍ଛାସେବି ସଂଗଠନ ମାଧ୍ୟମରେ ମା ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ ତରଫରୁ ଜଙ୍ଗଲ ସୁରକ୍ଷା  ପରିଷଦ ମାଧ୍ୟମରେ ଜଙ୍ଗଲ ସମ୍ପଦ ରକ୍ଷା ପାଇଁ ପ୍ରୟାସ ଜାରି ରହିଥିଲା । ରଣପୁର ଅଂଚଳର ଉଜୁଡା ଜଙ୍ଗଲ ଓ ଜଙ୍ଗଲ ଜନ୍ତୁ ଙ୍କ ରକ୍ଷା ପାଇଁ  ଗାଁ ଗାଁରେ କମିଟିମାନ  ଗଠନ କରାଯାଇଥିଲା । ଯାହାଫଳରେ ଆଦିବାସୀ ଅଧିଷ୍ଠିତ ଅଂଚଳ ର ଭୁମିହୀନ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ସେହି ପରିପ୍ରେଖି ରେ ଜଙ୍ଗଲ  ସୁରକ୍ଷା କରୁଥିବା ଗୋଷ୍ଠି ସମୁଦାୟ କୁ ଅଧିକାର ମିଳିପାରିନଥିଲା । ଯାହାକି ଆଜି ସମ୍ଭବ ହୋଇଛି । ଯାହାଫଳରେ ମା ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ ପ୍ରଚେଷ୍ଟା ରେ ୨୪ ଗୋଟି ଗ୍ରାମର ୧୪ ଗୋଟି ଜଙ୍ଗଲ ସୁରକ୍ଷାକାରୀ ସଂଗଠନ କୁ  ସେମାନଙ୍କ ଅଧିକାର ମିଳିଛି ।

ଏଥିରେ  ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ରଣପୁର ବନାଂଚଳ ଅଧିକାରୀ ଶାନ୍ତନୁ କୁମାର ଦଳେଇ , ସବିତା ଜେନା , ଅରକ୍ଷିତ ସାହୁ  ବସୁନ୍ଧରା ସଂଗଠନ ର ମୁଖ୍ୟ ୱାଇ. ଗିର୍ ରାଓ , ପୁର୍ବତନ ମୁଖ୍ୟ ପ୍ରଶାନ୍ତ ମହାନ୍ତି , ମାନସ ମିଶ୍ର , ୮ ଟି ରାଜ୍ୟରୁ ଆସିଥିବା ଜଙ୍ଗଲ ସୁରକ୍ଷାକାରୀ କର୍ମକର୍ତ୍ତା ଓ ରଣପୁର ଅଂଚଳ ର ୬୫୩ ଜଙ୍ଗଲ ସୁରକ୍ଷାକାରୀଙ୍କ ସହ ବହୁ ବ୍ୟକ୍ତି  ଯୋଗଦେଇଥିଲେ । ଏଥିରେ ଓଡିଶାର ଆଗ ଧାଡିର ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ମଧ୍ୟ ଯୋଗ ଦେଇଥିଲେ । ଏହି ସାଧାରଣ ଅଧିବେଶନ ଫଳରେ ରଣପୁର ଅଂଚଳର ଜଙ୍ଗଲ ଅଧିବାସୀ ଓ ଜଙ୍ଗଲ ନିକଟ ଗ୍ରାମ ମାନଙ୍କରେ ଜଙ୍ଗଲ ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ ହୋଇଥିବା ଜଣାପଡିଛି । ଆଜିର କାର୍ଯ୍ୟକ୍ରମ ରଣପୁରର ଅନ୍ୟାନ୍ୟ ଜଙ୍ଗଲ ସୁରକ୍ଷାକାରୀ ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.