ମାଲକାନଗିରି,୩ା୩ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପଡୁଚାଷ କରିବାସହ କେନ୍ଦୁ,ମହୁଲ,ଶାଳ ମଜିଂ,ଝୁଣା,ମହୁ ଆଦିବନ୍ୟଜାତ ସାମଗ୍ରୀ ସଂଗ୍ରହ ଓ ପଶୁଶିକାର ନିମନ୍ତେ ଜଙ୍ଗଲ ନିକଟରେ ଥିବା ଗ୍ରାମହବାସୀ ମାନେ ବଣପାହଡରେ ନିଆଁ ଲଗାଇ ଦେଇଥାନ୍ତି । ଯହା ଫଳରେକି ମୁଲ୍ୟବାନ ବୃକ୍ଷ ସହ ବନ୍ୟସଂପଦ ଓ ବନ୍ୟ ପଷୁ ପକ୍ଷୀ ମାନେ ନିଆଁରେ ପୋଡି ହୋଇଯାଇ ଥାନ୍ତି । ଜଙ୍ଗଲରେ ନିଆଁ କୁ ରୋକିବା ପାଇଁ ଜିଲ୍ଲାବନଖଣ୍ଡୀୟ ଅଧିକାରୀ ପ୍ରଦୀପ ଦେବଦାସ ମିରସେ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଚଂଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଙ୍କ ନେତୃତ୍ୱରେ ୧୦ଜଣ ବନକର୍ମଚାରୀ ମାନଙ୍କୁ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ବନାଚଂଳ ଅଧିନରେ ଥିବା ଗ୍ରାମଗୁଡିକରେ ବନସୁରକ୍ଷା ସମତି ଗଠନ କରାଯାଇ ଅଗ୍ନିନିରୋଧକ ରେଖା(ଫାୟାର ଲାଇନ) କାଟିବା,ଶୁଖିଲାପତ୍ର ଡାଳ ନିୟମିତ ସଫାକରିବା,ନିକଟରେ ବାଲି ମାଟି କିମ୍ବାପାଣିଥିଲେ ସେଥିରେ ନିଆଁକୁ ଲିଭାଇବା,ବନ୍ୟପ୍ରାଣୀ ସୁରକ୍ଷା ସହ ଏହାର ଚାରାଚାଲାଣ କାରିିିିିିିିିିିିିିିିିିିିିଙଖବର ଦେଉଥିବା ବ୍ୟକ୍ତି ଓ ଜଙ୍ଗଲରେ ନିଆଁ ଲିଭାଇବାରେ ସଫଳତାପାଇଁ ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ଦେବା, ବନ୍ୟସଂପଦ, ଜଙ୍ଗଲ ପିରବେଶ ସୁରକ୍ଷା ନେଇ ବନବିଭାଗ ପକ୍ଷରୁ ଗତ ତନିଦିନହେଲା ବନବିଭାଗ ବିଟ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ଜନସଚଂତନତା ଶିବିର ସହ ବନସୁରକ୍ଷା ସମତି ଙ୍କୁ ତାଲିମ ଦିଆଯାଇଛି ।








