Home ଜିଲ୍ଲା ପରିକ୍ରମା ଜଗୁ ଶାଗର ପୋଖରି ଜବରଦଖଲ ଉଛେଦ ପାଇଁ ପ୍ରଶାସନ ତତ୍ପର: ତଦନ୍ତ ଆରମ୍ଭ

ଜଗୁ ଶାଗର ପୋଖରି ଜବରଦଖଲ ଉଛେଦ ପାଇଁ ପ୍ରଶାସନ ତତ୍ପର: ତଦନ୍ତ ଆରମ୍ଭ

13

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳର ବହୁ ପୁରାତନ ଐତିହାସିକ ଜଗୁ ସାଗର ପୋଖରୀ ଆଡି ପୋତି ବାସଗୃହ ନିର୍ମାଣ ଏବଂ ରାସ୍ତାକୁ ଜବରଦଖଲ ସହ ଘର ତିଆରି କରି ଭଡ଼ା ଟଙ୍କା ଆଦାୟ କରୁଥିବାରୁ ନେଇ ବାରମ୍ବାର ଦାବି ପରେ ଏବେ ପ୍ରଶାସନ ତତ୍ପର ହୋଇଛି ।ଧାମନଗର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ଅମିନ ପଙ୍କଜ କୁମାର ନାୟକ,ରାଜସ୍ୱ ନିରୀକ୍ଷକ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ପୋଖରୀର ଆଡି ରେ କେଉଁ କେଉଁ ମାନେ ସରକାରୀ ଜମି ଜବର ଦଖଲ କରିଛନ୍ତି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ତହସିଲରେ ଜମା କରାଯିବ ବୋଲି ରାଜସ୍ୱ ନିରୀକ୍ଷକ ସୂଚନା ଦେଇଛନ୍ତି। ଏପଟ ରେ ସରକାରୀ ଜମି ଚିହ୍ନଟ କରି ଉଛେଦ କରାଗଲେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଗମନାଗମନ ସୁବିଧା ହୋଇ ପାରିବ ବୋଲି ସାଧାରଣରେ ଆଲୋଚନା ସହିତ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ସହ ଯୋଗାଯୋଗ କରିଥିଲେ ଯେ ସମସ୍ତ ତଥ୍ୟ ପ୍ରସ୍ତୁତ ପରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। । ସୂଚନା ଥାଉକି ଦିର୍ଘ ବର୍ଷ ହେବ ଧାମନଗର ବଜାର ସନ୍ନିକଟ ରେ ଏ ହି ସର୍ବ ପୂରାତନ ପୋଖରୀଟି ରହିଛି । ଧିରେଧିରେ ଚାରି ପାଖରେ ସ୍ଥାନୀୟ ଲୋକ ମାନେ ଜବର ଦଖଲ କରି ପୋଖରିକୁ ସଂକୁଚିତ କରି ସାରିଲେଣି। ଉକ୍ତ ପୋଖରୀକୁ ବର୍ଷେ ପୂର୍ବେ ପୁନରୁଦ୍ଧାର ପାଇଁ ୩୦ ଲକ୍ଷ ଖର୍ଚ୍ଚ କରାଯାଇଥିଲା । ମାତ୍ର ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକାରେ ଅର୍ଥ ହରି ଲୁଟ ହୋଇ ଯାଇଥିବା ବେଳେ ଏବେ ପୋଖରି ଆଡି ଜବର ଦଖଲ ହୋଇଛି । ଏବେ ପ୍ରଶାସନ ଉଚ୍ଛେଦ ପାଇଁ ଅଂଟା ଭିଡି ଥିବା ବେଳେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.