Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ସୈରାତ ନିଲାମକୁ ବିରୋଧ କରି ଏସ.ପି.ଙ୍କୁ ଭେଟିଲା ବନ୍ୟାସୁରକ୍ଷା କମିଟି

ଜଗନ୍ନାଥପ୍ରସାଦ ସୈରାତ ନିଲାମକୁ ବିରୋଧ କରି ଏସ.ପି.ଙ୍କୁ ଭେଟିଲା ବନ୍ୟାସୁରକ୍ଷା କମିଟି

19

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଆଞ୍ଚଳିକ ବନ୍ୟା ସୁରକ୍ଷା କମିଟି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଆଜି ସାକ୍ଷାତ କରି ଜଗନ୍ନାଥପ୍ରସାଦ ବୈତରଣୀ ନଦୀ ସୈରାତ ନିଲାମ ବାତିଲ ଦାବି କରିଛି । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ, ଭାରତୀୟ ଜନତା ପାର୍ଟି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ବନ୍ୟା ସୁକ୍ଷା ମଞ୍ଚ ପକ୍ଷରୁ ଅକ୍ଷୟ କୁମାର ତ୍ରିପାଠୀ, ସଞ୍ଜିବ ପରିଡା ପ୍ରମୁଖ ଏସ.ପି. ଚରଣସିଂ ମୀନାଙ୍କୁ ସାକ୍ଷାତ କରିଥିଲେ । ବୈତରଣୀ ନଦୀର ବାଲିପୋଖରୀ ଏସକେପ ଦ୍ୱାରା ସୃଷ୍ଟି ବନ୍ୟା ବିତ୍ପାତକୁ ପ୍ରାଚୀର ଭାବେ ସୁରକ୍ଷା ଦେଉଥିବା ବିସ୍ତୀର୍ଣ୍ଣ ବାଲିଚଢାରୁ ବାଲି ଉଠାଣ ଦ୍ୱାରା ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବିପର୍ଯ୍ୟୟର ବିଭିନ୍ନ ଦିଗମାନ ଦର୍ଶାଇ ଏହି ନିଲାମ ଜନହିତରେ ନୁହେଁ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ । ସୈରାତର ଅପରପାଶ୍ୱର୍ରେ ଶଙ୍ଖାରି ମୁହଁକୁ କଂକ୍ରିଟ ବନ୍ଧା ଦ୍ୱାରା ଅବରୋଧ କରାଯାଇ ନଦୀବର୍ଭକୁ ଏକତରଫା ସଙ୍କୁଚିତ କରାଯାଇଛି । ଏଥିପାଇଁ ପୁର୍ତ୍ତ ବିଭାଗ ଦ୍ୱାରା ୬୩କୋଟି ଟଙ୍କା ବ୍ୟୟ ଅଟକଳରେ ଚାରିଗୋଟି ଟେଣ୍ଡର ଡକାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଅପରପାଶ୍ୱର୍ରେ ନଦୀଜଳ ସ୍ୱାଭାବିକ ପ୍ରବାହକୁ ଅବରୋଧ କରାଯିବା ଓ ବାଲିପୋଖରୀ ଏସକେପ ସମ୍ମୁଖରୁ ବାଲି ନିଲାମ ଯୋଗ ଉଠାଣ କରି ନଦୀଜଳକୁ ଜନବସତି ମଧ୍ୟକୁ ପ୍ରବେଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯିବା ପଛରେ ଗଭୀର ଷଡଯନ୍ତ୍ର ରହିଛି ବୋଲି କମିଟି ଆଲୋଚନା କାଳରେ ଉପସ୍ଥାପନ କରିଥିଲା ।

ଏପର୍ଯ୍ୟନ୍ତ ହୋଇଥିବା ବୈତରଣୀ ବନ୍ୟାରେ ବାଳିପୋଖରୀ ଏସକେପ ବନ୍ୟାଜଳରେ ବହୁପଞ୍ଚାୟତ ଅଧିବାସୀ ଅକଥନୀୟ ଯାତନା ଭୋଗୁଥିବା ବେଳେ ବାଳିଉଠାଣ ଓ ନଦୀଗର୍ଭ ସଙ୍କୁଚିତ ଦ୍ୱାରା ବାଳିପୋଖରୀ ଏସକେପ ବଦଳରେ ଶାଖା ନଦୀରେ ପରିଣତ ହେବ ବୋଲି ଆଶଙ୍କା ପ୍ରକାଶ କରିଛଇ କମିଟି । ୨୦୧୩ ଓ ୨୦୧୬ ମସିହାରେ ବନ୍ୟା ସୁରକ୍ଷା କମିଟି ତତ୍‌କାଳୀନ ଜଳସମ୍ପଦ ସଚିବ ଯଥାକ୍ରମେ ସୁରେଶ ଚନ୍ଦ୍ର ମହାପାତ୍ର ଓ ପ୍ରଦୀପ କୁମାର ଜେନାଙ୍କ ସହ ଆଲୋଚନା କରି ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ନାହିଁ ବୋଲି ଆଲୋଚନା ସମୟରେ ଦର୍ଶାଯାଇଥିଲା । ନିଲାମ ପୂର୍ବରୁ ବନ୍ୟାସୁରକ୍ଷା କମିଟର ଜିଲ୍ଲାପାଳଙ୍କ ନିକଟରେ କରିଥିବା ପ୍ରତିବାଦ ଓ ଜଳସମ୍ପଦ ବିଭାଗର ବାଲିଉଠାଣର କ୍ଷୟକ୍ଷତି ଆଦି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ପତ୍ରକୁ ଏଡାଇଦିଆଯିବା ଅଭିଷନ୍ଧିମୂଳକ ବୋଲି କମିଟି ପକ୍ଷରୁ କୁହାଯାଇଥିଲା । ବାଲିଉଠାଣ ପୂର୍ବରୁ ଜଳସମ୍ପଦ ବିଭାଗର ବୈଷୟୀକ କମିଟି ସରଜମିନ ସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯାଉ ବୋଲି କମିଟି ଦାବି ରଖିଥିଲା । ଏଥିନେଇ ବିଚାର କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ପ୍ରତିଶ୍ରୁତି ଦେଇଥିଲେ ବୋଲି କମିଟି ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.