Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ବାଲି ସୈରାତ ବିରୋଧରେ ବାଲିପୋଖରୀ ପଞ୍ଚାୟତବାସୀଙ୍କ ମେଳି

ଜଗନ୍ନାଥପ୍ରସାଦ ବାଲି ସୈରାତ ବିରୋଧରେ ବାଲିପୋଖରୀ ପଞ୍ଚାୟତବାସୀଙ୍କ ମେଳି

52

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ଜଗନ୍ନାଥପ୍ରସାଦ ବୈତରଣୀ ସୈରାତ ନିଲାମଧାରୀଙ୍କ ସମ୍ଭାବ୍ୟ ବାଲି ଉଠାଣ ବିରୋଧରେ ବାଲିପୋଖରୀ ପଞ୍ଚାୟତବାସୀ ଏକଜୁଟ ହୋଇ ବିରୋଧ ପ୍ରକଟ କରିଥିବା ଜଣାଯାଇଛି । ଜଗନ୍ନାଥପ୍ରସାଦ ମା’ଖଡ୍ଗଧାରିଣୀ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାୟ ପାଞ୍ଚକୋଟି ଟଙ୍କା ମୂଲ୍ୟରେ ନିଲାମ ଧରି ଅର୍ଥ ପୈଠ କରିଥିବା ଜନୈକ ନିଲାମଧାରୀ ବାଲି ଉଠାଣ ପାଇଁ ଗତ ଦୁଇ ଦିନ ପୂର୍ବେ ଜେସିବି ମେସିନ ଆଣିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଗତ ଦୁଇ ଦିନ ଧରି ବିଚାର ବିମର୍ଶ ହୋଇ ଆଜି ବୈଠକ ଅନୁଷ୍ଠିତ ହୋଇଛି । ଇତି ମଧ୍ୟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଚାପ ଫଳରେ ଆଖୁଆପଦା ଜଳସମ୍ପଦ ବିଭାଗ ପକ୍ଷରୁ ବାଲିପୋଖରୀ ଏସକେପ ଉଭୟ ପାଶ୍ୱର୍ରେ ଭାରିଯାନ ପରିବହନକାରୀ ଯାତାୟତ ପ୍ରତିରୋଧକାରୀ ଲୁହାଗେଟ ସହ ଆନିକଟ ରାସ୍ତାରେ ମଧ୍ୟ ଳୁହା ଗେଟ ନିର୍ମାଣ କରାଯାଇଛି । ୨୦୧୬ ମସିହାରେ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ଏହି ସୈରାତକୁ ନିଲାମ ଧରିଥିଲେ । ମାତ୍ର ଗ୍ରାମବାସୀଙ୍କ ପକ୍ଷରୁ ହାଇକୋର୍ଟରେ ନିଲାମକୁ ଚ୍ୟାଲେଞ୍ଜ କରାଯାଇ ନଦୀବନ୍ଧ ଉପରେ ଭାରିଯାନ ଚଳାଚଳ କରାଯାଇ ପାରିବ ନାହିଁ ବୋଲି ଦର୍ଶାଯାଇଥିଲା । ଗ୍ରାମବାସୀଙ୍କ ସପକ୍ଷରେ ହାଇକୋର୍ଟ ଆଦେଶ ମଧ୍ୟ ଦେଇଥିଲେ ଯାହାକି ଏବେ ବଳବତ୍ତର ରହିଛି । ଏବେ ଅନୁରୂପ ପରିସ୍ଥିତି ଦେଖାଦେଇ ଥିବାରୁ ଜଳସମ୍ପଦ ବିଭାଗ ନିଜଆଡୁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ଏଥିନେଇ ପ୍ରଶାସନ ଓ ପଞ୍ଚାୟତବାସୀଙ୍କ ମଧ୍ୟରେ ମୁକାବିଲା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.