Home ଜଗତସିଂହପୁର ଜଗତସିଂହପୁର ଜିଲ୍ଲା ମାଟ୍ରିକ ପରୀକ୍ଷା ଫଳ – ୭୯.୨୫ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ସଫଳତା...

ଜଗତସିଂହପୁର ଜିଲ୍ଲା ମାଟ୍ରିକ ପରୀକ୍ଷା ଫଳ – ୭୯.୨୫ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ସଫଳତା ପାଇଛନ୍ତି

76

ଜଗତସିଂହପୁର ୩୦-୭ (ଓଡ଼ିଆ ପୁଅ/ନୃସିଂହ ବାରିକ୍) ବୁଧବାର ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ଫଳ ପ୍ରକାଶ ପାଇଛି। ଜଗତସିଂହପୁର ଜିଲ୍ଲାରେ ସଫଳତା ହାର ୭୯.୨୫ ପ୍ରତିଶତ ରହିଛି। ଜିଲ୍ଲାରେ ଚଳିତ ବର୍ଷ ୧୫୩ ୯୮ ପରୀକ୍ଷାର୍ଥୀ ଫର୍ମ ଫିଲପ୍ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୧୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୫୧ ଜଣ ପିଲା ମାଲ୍ପ୍ରାକ୍ଟିସ୍ ହୋଇଥିବା ବେଳେ ୧୫୦୭୩ ଜଣ ପିଲାଙ୍କ ଫଳାଫଳ ପ୍ରକାଶ ପାଇଛି। ସେଥି ମଧ୍ୟରୁ ଏ୧-ଗ୍ରେଡ୍ ରେ ୪୦ ଜଣ, ଏ୨-ଗ୍ରେଡରେ ୨୫୬ ଜଣ, ବି୧ ଗ୍ରେଡରେ ୬୫୬ ଜଣ, ବି୨ ଗ୍ରେଡରେ ୧୧୨୫ ଜଣ, ସି-ଗ୍ରେଡରେ ୧୬୪୨ ଜଣ, ଡି-ଗ୍ରେଡରେ-୨୫୯୩ ଜଣ, ଇ-ଗ୍ରେଡରେ ୫୬୭୩ ଜଣ, କମ୍ପାର୍ଟମେଣାଲରେ ୨ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେଥିମଧ୍ୟରେ ୩୦୮୬ ଜଣ ଅକୃତ କାର୍ଯ୍ୟ ହୋଇଛନ୍ତି। ଜିଲ୍ଲାରେ ୧୧୯୮୭ କୃତକାର୍ଯ୍ୟ ହୋଇଥିବା ବେଳେ ୫୭୭୯ ଜଣ ଛାତ୍ର ଓ ୬୨୦୮ ଜଣ ଛାତ୍ରୀ ଅଛନ୍ତି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.