Home ଅପରାଧ ଛେଳି ମୃତ୍ୟୁକୁ କେନ୍ଦ୍ର କରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ

ଛେଳି ମୃତ୍ୟୁକୁ କେନ୍ଦ୍ର କରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ

72

ମାହାଙ୍ଗା, ୧୩/୦୬ (ଓଡ଼ିଆ ପୁଅ/ ଅଭୟ ଜେନା) ଆଇନୀକୁ ହାତକୁ ନେଇ ସଭ୍ୟ ସମାଜରେ ଚାଲିଛି ଅପରାଧର ନଗ୍ନ ରୂପ। ତାହା ପୁଣି ଦେଖୁବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳରେ। ଭଦ୍ରେଶ୍ୱର ଫାଣ୍ଡି ଗୋତରା ଗାଁ’ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।

ସେହି ଗ୍ରାମର ବୃଦ୍ଧ ଗୌରାଙ୍ଗ ରାଉତଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରି ଲହୁ ଲୁହାଣ କଲେ ସେହି ଗାଁ’ର ସାହୁ ପରିବାରର ଲୋକେ।

ଏକ ମଲା ଛେଳିକୁ ଗୌରାଙ୍ଗ ରାଉତଙ୍କ ଦାଣ୍ଡରେ ରଖି, କାର୍ତ୍ତିକ ସାହୁ, ରବୀନ୍ଦ୍ର ସାହୁ ଏବଂ ସୁକାନ୍ତ ସାହୁଙ୍କ ସହ ସେମାନଙ୍କ ସମର୍ଥକ ମାନେ ଚଳେଇଥିଲେ ପ୍ରଜାକୋର୍ଟ।

ମାଡ ମାରି ରକ୍ତାକ୍ତ କଲେ, ଉଦ୍ଧାର ପାଇଁ ଯେତେ କାକୁତି ମିନତୀ କଲେବି ରକ୍ତମୁଖା ସାହୁ ପରିବାର ବୃଦ୍ଧ ଗୌରାଙ୍ଗଙ୍କ ଘର ଭିତରେ ପଶି ଭଙ୍ଗାରୁଜା କରିବାକୁ ପଛେଇଲେ ନାହିଁ।

ସ୍ଥାନୀୟ ୱାର୍ଡ ମେମ୍ବର ଫାଣ୍ଡିକୁ ଖବର ଦେବାରୁ ଫାଣ୍ଡି ଅଧିକାରୀ ତପନ ନାୟକ ଗୋତରା ଗ୍ରାମରେ ପହଂଚି ପ୍ରଜାକୋର୍ଟରୁ ପୀଡ଼ିତଙ୍କୁ ଉଦ୍ଧାର କରିବା ଦେଖିବାକୁ ମିଳିଥିଲା।

ଏହା ପରେ ଆହତ ଗୌରାଙ୍ଗ ରାଉତ ପ୍ରଥମେ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ହସ୍ପିଟାଲରୁ ଫେରି ଗୌରାଙ୍ଗ ଥାନାରେ ଏତଲା ଦେବାରୁ ପୋଲିସ ମାମଲା ରୁଜୁ କରିଛି ଏବଂ ୩ ଅଭିଯୁକ୍ତ କାର୍ତ୍ତିକ ସାହୁ , ରବୀନ୍ଦ୍ର ସାହୁ ଏବଂ ସୁକାନ୍ତ ସାହୁଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଛି।

ଏ ନେଇ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି କହିଛନ୍ତି ଅପରାଧୀ ଯେ’ କେହି ହୁଅନ୍ତୁ ନାଁ’କାହିଁକି ସେମାନଙ୍କ ବିରୁଦ୍ଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।ପୀଡ଼ିତଙ୍କୁ ନ୍ୟାୟ ଦେବାରେ ପୋଲିସ ପକ୍ଷପାତିତା କରିବ ନାହିଁ।

ତେବେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାପାଇଁ ପୋଲିସ ତନାଘନା ଜାରୀ ରଖିଛି।

ସେହିପରି ପୋଲିସ କାର୍ତ୍ତିକଙ୍କ ଅଭିଯୋଗ ଆଧାରରେ ଗୌରାଙ୍ଗ ବିରୁଦ୍ଧରେ ଛେଳି ମାରିବା ନେଇ ଅନ୍ୟ ଏକ ମାମଲା ରୁଜୁ କରିଛି।

ମୃତ ଛେଳିକୁ ମଧ୍ୟ ବ୍ୟବଛେଦ ପାଇଁ ପଠା ଯାଇଛି।

ସ୍ଥାନୀୟ ତହସିଲଦାର ମଧୁସୂଦନ ନାୟକ, ଅତିରିକ୍ତ ତହସିଲଦାର ଦିଲୀପ ନାୟକ ଘଟଣାସ୍ଥଳୀରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି।

ଏଭଳି ବର୍ବରୋଚିତ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.