Home ଓଡ଼ିଶା ଛେଳି ଚୋରି କରିବାକୁ ଆସି ହଟହଟା: ଦେଶୀ ବନ୍ଧୁକ ଦେଖାଇ ଚୋରି କରିବା ମହଙ୍ଗା ପଡିଲା

ଛେଳି ଚୋରି କରିବାକୁ ଆସି ହଟହଟା: ଦେଶୀ ବନ୍ଧୁକ ଦେଖାଇ ଚୋରି କରିବା ମହଙ୍ଗା ପଡିଲା

730

ବାଲିଗୁଡା, ୪/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଚୋରି କରିବାକୁ ଆସିଥିବା ଦୁଇ ଜଣ ଙ୍କ ମଧ୍ୟ ରୁ ଜଣ କୁ କାବୁ କରିବା ସହ ନିରଧୂମ ପିଟିଲେ ଓ ଦେଶୀ ବନ୍ଧୁକ ଜବତ କଲେ ଗ୍ରାମବାସୀ। ଅନ୍ୟ ଜଣେ ଚୋର ଖସି ପଳେଇବା ପରେ ପୁଣି ଥରେ କାବୁ କରିବା ସହ ପୋଲିସ ରେ ଜିମା ଦେଲେ ଗ୍ରାମବାସୀ। ଘଟଣା ଘଟିଛି ବାଲିଗୁଡା ଥାନା ଚାଙ୍ଗୁରବାଲୀ ଗାଁ ରେ. ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲା ଆଲତରା ଗ୍ରାମ ର ଘନଶ୍ୟାମ ବେହେରା ଓ ନର୍ଲା ର ରାଜୁ ନାୟକ ଦେଶୀ ବନ୍ଧୁକ ଦେଖାଇ ଚାଙ୍ଗୁରବାଲୀ ଗ୍ରାମ ରେ ପଶି ଲୋକଙ୍କୁ ଭୟଭିତ କରିଥିଲେ. ଏହି ସମୟରେ ଗ୍ରାମବାସୀମାନେ କାବୁ କରି ଦେଶୀ ବନ୍ଧୁକ, ଦୌଡ଼ି, ମୋବାଇଲ ଜବତ କରି ପୋଲିସ ରେ ଜିମା ଦେଇଛନ୍ତି. ବାଲିଗୁଡା ପୋଲିସ ଦୁଇ ଚୋରକୁ ଗିରଫ କରିବା ସହ ଦେଶୀ ବନ୍ଧୁକ, ମୋବାଇଲ ଫୋନ ଜବତ କରି ଏକ ମକଦ୍ଧମା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ପୋଲିସ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.