ହାଟଡିହି ୧୮ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଶାସଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଓ ଛେନାପଦି ମାର୍କେଟରେ ଗତ କିଛିଦିନ ମଧ୍ୟରେ ୨୩ଜଣ କରୋନା ପଜେଟିଭ ଚିହ୍ନଟ ହେବାପରେ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ତାଙ୍କର ଜିଲ୍ଲାପାଳ କ୍ଷମତା ଜାହିର କରି ସମଗ୍ର ପଞ୍ଚାୟତ ଓ ଛେନାପଦି ମାର୍କେଟକୁ ସର୍ଟଡାଉନ ଘୋଷଣା କରିଛନ୍ତି । ଆଜି ୧୨ଜଣ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି । ଆକ୍ରାନ୍ତମାନେ ଲୋକାଲ କଣ୍ଟାକ୍ଟ ହୋଇଥବାରୁ ଓ ଦିନକୁ ଦିନ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ସରପଞ୍ଚ ଏପରି ପଦକ୍ଷେପ ନେଇଛନ୍ତି । ୨୦ତାରିଖ ସକାଳ ୭ଟାରୁ ୨୧ ତାରିଖ ରାତି୧୨ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସର୍ଟଡାଉନ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ଛାଡି ଦେଲେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି । ସରପଞ୍ଚ ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାର, ହାଟଡିହି ବିଡିଓ, ନନ୍ଦିପଦା ପୁଲିସକୁ ଅବଗତ କରାଇଛନ୍ତି । ସେ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୁରତା ରକ୍ଷା କରିବା, ସବୁବେଳେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ନିୟମିତ ହାତ ଧୋଇବା ପାଇଁ ସଚେତନ କରାଇଛନ୍ତି ।