Home ଜିଲ୍ଲା ପରିକ୍ରମା ଛାତ୍ର ସଂସଦ ନିର୍ବାଚନ ଦାବିରେ ଏସଏଫ୍‌ଆଇ ପକ୍ଷରୁ ବିକ୍ଷୋଭ

ଛାତ୍ର ସଂସଦ ନିର୍ବାଚନ ଦାବିରେ ଏସଏଫ୍‌ଆଇ ପକ୍ଷରୁ ବିକ୍ଷୋଭ

9

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ର ସଂସଦ ନିର୍ବାଚନ ହେଉଛି ଛାତ୍ରଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଅଧିକାର । ଶିକ୍ଷିତ, ସଚ୍ଚୋଟ, ପ୍ରଗତିଶୀଳ ଓ ଦକ୍ଷ ଛାତ୍ରନେତା ଶିକ୍ଷାନୁଷ୍ଠାନ କ୍ୟାମ୍ପସରୁ ବାହାରିଲେ ଦେଶ ଓ ରାଜ୍ୟରେ ଦୁର୍ନୀତିମୁକ୍ତ ଶାସନ ସମ୍ଭବ ହୋଇପାରିବ । କିନ୍ତୁ ଛାତ୍ର ଓ ଶିକ୍ଷାବିତ୍‌ମାନଙ୍କ ମତାମତକୁ ବେଖାତିର କରି ନବୀନ ପଟ୍ଟନାୟକ ସରକାର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି ବୋଲି ଆଜି ଏସଏଫ୍‌ଆଇ ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟରେ କଲେଜ ଗୁଡିକରେ ଗଣ୍ଡଗୋଳ ହେଉଥିବାର ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି । କିନ୍ତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଧାନସଭା ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଅନେକ ଗଣ୍ଡଗୋଳ ହେଉଛି । ନବୀନ ବାବୁ କଣ ଏହି ନିର୍ବାଚନ ଗୁଡିକୁ ବନ୍ଦ କରିପାରିବେ ବୋଲି ଆଜି ଏସଏଫ୍‌ଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯାଇଛି । ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ଫଳରେ ଶିକ୍ଷାନୁଷ୍ଠାନ ଗୁଡିକରେ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି ଏସଏଫ୍‌ଆଇର ଛାତ୍ରନେତା ମାନେ ପ୍ରକାଶ କରିଛନ୍ତି ।

ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରିବା, ଶିକ୍ଷାନୁଷ୍ଠାନ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ଅଧ୍ୟାପକ ପଦବୀ ପୂରଣ କରିବା, ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା, ଭଦ୍ରକ ଜିଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ଛାତ୍ର ବିରୋଧୀ ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ କରିବା, ବଜେଟରେ ଶିକ୍ଷା ପାଇଁ ବ୍ୟୟବରାଦ ବୃଦ୍ଧି କରିବା, ଅଗଣତାନ୍ତ୍ରିକ ଭାବେ ଦିଲ୍ଲୀ ପୁଲିସ୍ ଗିରଫ କରିଥିବା ନ୍ୟୁଜ୍ କ୍ଲିକ୍‌ର ନିର୍ଦ୍ଦେଶକ ପ୍ରବୀର କୋର କାୟସ୍ତ, ମାନବ ସମ୍ବଳ ବିଭାଗ ମୁଖ୍ୟ ଅମିତ ଭଟ୍ଟାଚାର୍ଯ୍ୟ ଓ ଏହି ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ଜେଲ୍‌ରୁ ମୁକ୍ତ କରିବା, ଛାତ୍ରନେତା ଉମର ଖଲିଦ ଓ ଆଇପିଏସ୍ ସଂଜୀବ ଭଟ୍ଟଙ୍କୁ ଜେଲ୍‌ଖାନାରୁ ମୁକ୍ତ କରିବା, ଇଡି ସିବିଆଇର ଅପପ୍ରୟୋଗ ବନ୍ଦ କରିବା, ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ (ୟୁଏପିଏ) ର ଅପପ୍ରୟୋଗ ବନ୍ଦ କରିବା, ବ୍ରିଟିଶ ଅମଳର ସେଡିସନ ଆଇନ୍ ବାତିଲ କରିବା, ମୋଦି ସରକାରଙ୍କ ଛାତ୍ର ବିରୋଧୀ ଓ ଜନବିରୋଧୀ ନୀତି ବିରୁଦ୍ଧରେ ଭିନ୍ନ ମତ ପୋଷଣ କରୁଥିବା ସାମ୍ବାଦିକ, ଛାତ୍ର ନେତା, ରାଜନେତା, ଐତିହାସିକ ଲେଖକ, ଚିତ୍ରକର, ବୈଜ୍ଞାନିକ, ସ୍ତମ୍ଭକାର, ସାହିତ୍ୟିକ, ଆଇଏଏସ୍ ଓ ଆଇପିଏସ୍ ମାନଙ୍କ ଗିରଫଦାରୀ ବନ୍ଦ କରିବା ଭଳି ଦାବିରେ ଆଜି ଏସଏଫ୍‌ଆଇ ପକ୍ଷରୁ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଏସଏଫଆଇର ରାଜ୍ୟ ସଂପାଦକ ଷ୍ଟାଲିନ ଟିଟନ ଲେଙ୍କା, ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ବିକାଶ ନାଥ, ଜିଲା ଆବାହକ ଦାଶୀନାଥ ଭୋଇ, ଛାତ୍ରନେତା ଆଲୋକ ନାଥ, ଯୁବନେତା ଉଜ୍ଜ୍ୱଳ ଜେନା ପ୍ରମୁଖ ବକ୍ତବ୍ୟ ଦେି ଛାତ୍ରଛାତ୍ରୀମାନଙ୍କ ଦାବିଗୁଡିକୁ ସରକାର ମାନିନେବାକୁ ବକ୍ତବ୍ୟ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ଏସଏଫ୍‌ଆଇର ଏକ ଜିଲାସ୍ତରୀୟ ପ୍ରତିନିଧି ଦଳ ଜିଲାପାଳଙ୍କ ଅନୁପସ୍ଥିତିରେ ଉପଜିଲାପାଳଙ୍କୁ ଭେଟି ସେମାନଙ୍କର ଦାବିପତ୍ର ପ୍ରଦାନ ପୂର୍ବକ ଦାବିଗୁଡିକ ସଂପର୍କରେ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.