ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ତଥା ୨୨ ନଂ ଜିଲ୍ଲା ପରିଷଦ ସଦସ୍ୟ ଦୀପ୍ତିସୂର୍ଯ୍ୟ ବିଶ୍ୱାଳଙ୍କୁ ଗତ ମାସ୨୫ ତାରିଖରେ ମଞ୍ଜୁରୀରୋଡ ଠାରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମୋନାଜ କୁମାର ପରିଡା, ଅନିଲ କର, ବିଶ୍ୱଜିତ କର, ସୁବାସ ସେନାପତି ଓ ସଞ୍ଜୟ ସାହୁ । ଏହି ଆକ୍ରମଣ ଘଟଣାର ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଭଦ୍ରକ ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପୁଲିସ ଦଳ ବ୍ରହ୍ମପୁର ଯାଇ ଏହି ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଜି ଡାକ୍ତରୀ ପରୀକ୍ଷା କରାଇ ଅଭିଯୁକ୍ତମାନଙ୍କୁ ୨୨୯/୨୧ନଂ ମୂଳେ କୋର୍ଟ ଚାଲାଣ କରାଯାଇଛି ।