ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ମୃତ୍ୟୁ ପରେ ନ୍ୟାୟ ଦାବିରେ ଆଜି ଭଦ୍ରକ ଜିଲ୍ଲା ଯୁବ ଛାତ୍ର କ୍ରାନ୍ତି ସେନା ପକ୍ଷରୁ ଏକ ନିରବ ପ୍ରତିବାଦ କରାଯାଇଛି। ଏହି ଉପଲକ୍ଷେ ସବୁ ସଦସ୍ୟ ମାନେ ସ୍ଥାନୀୟ ବନ୍ତ ଛକ ଓଭରବ୍ରିଜ ତଳେ ପାଟିରେ କଳା ପଟି ବାନ୍ଧି ପ୍ରତିବାଦ କରିଥିଲେ । ବାଲେଶ୍ୱର ଏଫଏମ କଲେଜରେ ପୀଡ଼ିତା ଯେଭଳି ଆତ୍ମହୁତି ଦେଲେ , ସେହିପରି ଘଟଣା ଭଦ୍ରକ ଜିଲ୍ଲାରେ ଯେମିତି ନ ଘଟୁ, ସେଥିପାଇଁ ରାଜ୍ୟ ସରକାର ଙ୍କୁ ଜିଲ୍ଲାପାଳ ଏସପି ନିଶ୍ଚିତ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଶେଷରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଯୁବ ଛାତ୍ର କ୍ରାନ୍ତି ସେନା ଜିଲା ସଂଯୋଜକ ଚନ୍ଦନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
Home ଜିଲ୍ଲା ପରିକ୍ରମା ଛାତ୍ରୀ ସୌମ୍ୟ୍ୟାୀଙ୍କ ନ୍ୟାୟ ଦାବିରେ ଭଦ୍ରକ ଜିଲା ଯୁବ ଛାତ୍ର କ୍ରାନ୍ତି ସେନା ପକ୍ଷରୁ ନିରବ...








