Home ଜିଲ୍ଲା ପରିକ୍ରମା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଧାମନଗର ବିଜେଡ଼ିର ପ୍ରତିବାଦ ସଭା ଓ କୁଶ ପୁତଳିକା...

ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଧାମନଗର ବିଜେଡ଼ିର ପ୍ରତିବାଦ ସଭା ଓ କୁଶ ପୁତଳିକା ଦାହ

5
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଏକ ବର୍ଷ ମଧ୍ୟରେ ବିକାଶ ନାମରେ ବିନାଶ କରିଚାଲିଛି।ଏ ସରକାର ନାରୀ ଓ ଛାତ୍ରୀ ଙ୍କୁ ସୁରକ୍ଷା ଦେଇପାରୁନି।ନୈତିକତା ଦୃଷ୍ଟିରୁ ଏ ସରକାର ଇସ୍ତଫା ଦିଅନ୍ତୁ ବୋଲି ଧାମନଗର ବ୍ଲକ ବିଜେଡି ଅଭିଯୋଗ କରିଛି। ବାଲେଶ୍ୱର ସ୍ୱୟଂ ଶାସିତ ଫକୀରମୋହନ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମାହୁତି ଘଟଣା କୁ ନେଇ ଧାମନଗର ବ୍ଲକ ବିଜେଡି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ରେ ଏକ ପଥପ୍ରାନ୍ତ ସଭା ଧାମନଗର ସ୍ଥିତ ବିଜୁ ପଟ୍ଟନାୟକ ଛକଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କହିଛନ୍ତି।ବିଜେଡ଼ି କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ନୈତିକତା ଦୃଷ୍ଟି ରୁ ଇସ୍ତଫା ଦିଅନ୍ତୁ ଦାବି କରି କୁଶ ପୁତଳିକା ଦାହ କରିଥିଲେ।ବିଜେଡ଼ି ବ୍ଲକ ସଭାପତି ପ୍ରତାପ ସାମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ପୁର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ ଓ ସାରଦା ପ୍ରସନ୍ନ ସାହୁ, ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ପୁର୍ବତନ ନଗର ସଭାପତି ଶୁଶାନ୍ତ କୁମାର ରାଉତ, ଯୁବ ବିଜେଡ଼ି ବ୍ଲକ ସଭାପତି ଭାରତ ବିଜୟ ଦଳାଇ , ଏମ.ଡି ଫକିରୁଦ୍ଦିନ, ସେକ ମୁର୍ତୂଜା,ସତ୍ୟପ୍ରକାଶ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ମୃତଛାତ୍ରୀଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.