Home ଜିଲ୍ଲା ପରିକ୍ରମା ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

6

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିରଂଚି ନାରାୟଣ ମାଧବ ଅର୍ଜୁନ କଲେଜ ପରିସରରେ ଯୁକ୍ତତିନି ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ବୁଧବାର ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଶିବିର ଅଧିକାରୀ ଅଧ୍ୟାପିକା ପ୍ରିୟଙ୍କା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆସନ୍ନ ପରିସ୍ଥିତି ଅନୁଯାୟୀ ଛାତ୍ରୀମାନେ କିପରି ବିଭିନ୍ନ ସୁରକ୍ଷା କୌଶଳ ପ୍ରୟୋଗ କରିବେ, ସେ ସମ୍ପର୍କରେ ବର୍ଗରେ ପରାମର୍ଶ ଦିଆଯିବା ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା। ପ୍ରଶିକ୍ଷିକା ଭାବେ ପୁରାତନ ଛାତ୍ରୀ ଜ୍ୟୋତିପ୍ରଭା ଜେନା, ପ୍ରିୟଦର୍ଶନୀ ନାୟକ, ମଧୁସ୍ମିତା ନାୟକ ଓ ହିମାସ୍ମୀ ସ୍ୱାଇଁ ଶିବିରାର୍ôଥନୀଙ୍କୁ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । ଛାତ୍ରୀ କ୍ଷୀରାବ୍ଧି ତନୟା ରାଉତ, ଦୀପିକା ମାଝୀ, ବର୍ଷା ପ୍ରିୟଦର୍ଶିନୀ ବେହେରା, ରୋଜାଲି ବିଶ୍ୱାଳ, କୁମକୁମ୍ ପାତ୍ର, ଲେଖାରାଣି ପାତ୍ର, ସୋନାଲି ଖାମୁରାଇ, କାଜଲ ମାଝୀ, ଲକ୍ଷ୍ମୀ ପ୍ରିୟା ବଳ, ମାମୁନି ମହାନ୍ତି, ଅନୀତା ମଲ୍ଲିକ, ମହିସ୍ମିତା ସାହୁ, ସୀମା ଦାସ ପ୍ରମୁଖ କୌଶଳ ଶିକ୍ଷାର ନମୂନା ପ୍ରଦର୍ଶନ କରିଥିଲେ। ଅଧ୍ୟାପିକା ଅନୀତା ତ୍ରିପାଠୀ, ଅଫସାନା ବେଗମ୍‌, ଜ୍ୟୋତିର୍ମୟୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ। ପ୍ରଶିକ୍ଷଣରେ କୃତିତ୍ୱ ହାସଲ କରିଥିବା ଶିବିରାର୍ôଥନୀଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ସହ-ଅଧିକାରିଣୀ ଡେମୋନଷ୍ଟ୍ରଟର ସ୍ୱପ୍ନା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.