Home ଜିଲ୍ଲା ପରିକ୍ରମା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ଯୁବକକୁ ଗଛରେ ବାନ୍ଧି ପିଟିଲେ, ପୀଡିତା ମାଆକୁ ଭେଟିଲେ ବିଜୁ ଜନତା...

ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ଯୁବକକୁ ଗଛରେ ବାନ୍ଧି ପିଟିଲେ, ପୀଡିତା ମାଆକୁ ଭେଟିଲେ ବିଜୁ ଜନତା ଦଳର ନେତୃମଣ୍ଡଳୀଙ୍କ ସମେତ ଭଦ୍ରକ ବିଧାୟକ

23

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣି ଅସଦାଚରଣର ଶୀକାର ହେଲେ ଅବିଭକ୍ତ ବାଲେଶ୍ୱର ଜିଲାର ଜଣେ ନାବାଳିକା। ସେ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିିତ୍ସିତ ହେଉଥିବାବେଳେ ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳରେ ଥିବା ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ପ୍ରମୁଖ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି ପୀଡ଼ିତାଙ୍କ ମାଆ ଙ୍କୁ ଭେଟିବା ସହ ନ୍ୟାୟ ନମିଳିବା ଯାଏଁ ବିଜେଡ଼ି ପ୍ରତି ମୁହୂର୍ତରେ ତାଙ୍କ ପରିବାର ସହିତ ଅଛି ମତପ୍ରକାଶ କରିଥିଲେ। ଅନୁରୂପ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ମଧ୍ୟ ଭେଟି ପୀଡିତାଙ୍କୁ ଉଚିତ୍ ନ୍ୟାୟ ମିଳିବା ଦିଗରେ ଉପସ୍ଥିତ ଥିବା ଆଇଜି ଙ୍କୁ ନିବେଦନ କରିଥିଲେ। ଡି.ଆଇ.ଜି ବାଲେଶ୍ୱର ସତ୍ୟଜିତ୍ ନାୟକଙ୍କ ଉପସ୍ଥିତ ଥିବା ବେଳେ ମହିଳା ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ହେବ ବୋଲି ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ। ଅନ୍ୟମାନଙ୍କ ମଧ୍ୟରେ ବହୁ ବରିଷ୍ଠ ନେତୃତ୍ୱ ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତକାଲି ବଳାତ୍କାର ଉଦ୍ୟମ ହୋଇଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତରା ପଂଚାୟତ ଅଂଚଳରେ। ଅଭିଯୁକ୍ତ ଅପରା ଗ୍ରାମର ପ୍ରଶାନ୍ତ କୁମାର ସାମଲ (୨୪) । ଏନେଇ ଉକ୍ତ ଅଂଚଳରେ ଉତେଜନା ଲାଗି ରହିଛି । ଛାତ୍ରୀ ଜଣଙ୍କ ରବିବାର ଅପରାହ୍ନରେ ଟ୍ୟୁସନ୍‌ରୁ ୁ ଘରକୁ ଫେରିବା ବେଳେ ଅନ୍ତରା-ବରୋଦା କେନାଲ ବନ୍ଧ ନିଛାଟିଆ ସ୍ଥାନରେ ଅଭିଯୁକ୍ତ ପ୍ରଶାନ୍ତ ତାଙ୍କୁ ଭୟଭୀତ କରାଇ ବଳାହାର ଉଦ୍ୟମ କରିଥିଲା। ପ୍ରଶାନ୍ତ ଲୋକଙ୍କୁ ଦେଖୁ ବିଲରେ ଦୌଡ଼ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକେ କାବୁ କରିଥିଲେ । ଉଭ୍ୟକ୍ତ ଲୋକେ ତାକୁ ଗଛରେ ବାନ୍ଧି ଉତମ ମଧ୍ୟମ ଦେବା ସହିତ ଅଭିଯୁକ୍ତର ବାଇକ୍ ଜାଳିଦେଇଥିଲେ। ଝିଅ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ଟ୍ୟୁସନ ସାର ଙ୍କୁ ଫୋନ୍ କରିଥିଲେ । ଟ୍ୟୁସନ ସାର୍ ଏବଂ ସମ୍ପର୍କୀୟମାନେ ଖୋଜାଖୋଜି କରିବା ପରେ କେନାଲ ନିକଟରୁ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମୁଳିଆ ଥାନା ଆଇଆଇସି ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ଯୁବକକୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣିବା ସହିତ ଛାତ୍ରୀଙ୍କ ବୟାନ ନେବା ପରେ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.