Home ଜିଲ୍ଲା ପରିକ୍ରମା ଛାତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ ଅଭିଯୋଗ, ପ୍ରଧାନଶିକ୍ଷୟତ୍ରୀଙ୍କ ଅସ୍ୱୀକାର, ଥାନାରେ ମାମଲା ରୁଜୁ, ଡାକ୍ତରଖାନାରେ ଛାତ୍ରୀ, ସତ୍ୟ...

ଛାତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ ଅଭିଯୋଗ, ପ୍ରଧାନଶିକ୍ଷୟତ୍ରୀଙ୍କ ଅସ୍ୱୀକାର, ଥାନାରେ ମାମଲା ରୁଜୁ, ଡାକ୍ତରଖାନାରେ ଛାତ୍ରୀ, ସତ୍ୟ ଉନ୍ମୋଚନ ପାଇଁ ପୁଲିସ ଓ ବିଇଓଙ୍କ ତଦନ୍ତ ଆରମ୍ଭ

51

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ପଞ୍ଚାୟତ ଅରେଇକଣା ୟୁ.ଜି.ଏମ.ଇ. ସ୍କୁଲର ଜନୈକ ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରଧାନଶିକ୍ଷୟତ୍ରୀଙ୍କ ମାଡରେ ଆଘାତପ୍ରାପ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଛାତ୍ରୀ ଶୌଚ ପାଇଁ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ସଂପୃକ୍ତ ଛାତ୍ରୀଙ୍କ ପିତା ଏଥିପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତି ଦେଇଙ୍କୁ ଦାୟୀ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତ ୧୫ ତାରିଖ ଶୁକ୍ରବାର ବିଦ୍ୟାଳୟ ପ୍ରାର୍ଥନା ପରେ ଠାକୁର ପୂଜାପାଇଁ ପ୍ରଧାନଶିକ୍ଷୟତ୍ରୀ ଛାତ୍ରୀଙ୍କୁ କହିଥିଲେ। ଠାକୁର ପୂଜା ସମୟରେ ଅସାବଧାନତା ବଶତଃ ପାଣିଗ୍ଲାସରେ ଗୋଡ ବାଜିଯିବାରୁ ପ୍ରଧାନଶିକ୍ଷୟତ୍ରୀ ବେତ୍ରାଘାତ କରିଥିଲେ। ଫଳରେ ଛାତ୍ରୀଙ୍କ ଗୁପ୍ତାଙ୍ଗ କ୍ଷତାକ୍ତ ହୋଇଥିଲା। ଶନିବାର ଓ ସୋମବାର ସ୍ୱାଭାବିକ ଭାବେ ଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ। ମଙ୍ଗଳବାର ଯନ୍ତ୍ରଣା ଅସହ୍ୟ ହେବାରୁ ମାଆଙ୍କୁ ସବୁକଥା ଜଣାଇଥିଲେ ଓ ସ୍କୁଲ ଆସିନଥିଲେ। ବୁଧବାର ଛାତ୍ରୀଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ଥାନାରେ ପ୍ରଧାନଶିକ୍ଷୟତ୍ରୀଙ୍କ ନାମରେ ଅଭିଯୋଗ ମଧ୍ୟ ଛାତ୍ରୀର ପିତା ଅନନ୍ତ ପରିଡା କରିଥିଲେ। ଥାନାରେ ୨୭୮/୨୨ନଂ ମାମଲା ବିଭିନ୍ନ ଦଫାରେ ଋଜୁ କରାଯାଇଛି। ଗୁରୁବାର ଅପରାହ୍ନରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ଶୁକ୍ରବାର ବିଦ୍ୟାଳୟରେ ଠାକୁର ପୂଜା ନିଜେ ପ୍ରଧାନଶିକ୍ଷୟତ୍ରୀ କରିଥିଲେ। ଛାତ୍ରୀଙ୍କୁ ଆଦୌ ମାଡମାରିନଥିବା ସଫେଇ ଦେଇଛନ୍ତି ପ୍ରଧାନଶିକ୍ଷୟତ୍ରୀ। ଅରେଇକଣା ବିଦ୍ୟାଳୟରେ ଦୀର୍ଘ ୧୬ ବର୍ଷ କାର୍ଯ୍ୟକାଳରେ କୌଣସି ଛାତ୍ରଛାତ୍ରୀଙ୍କୁ କେବେ ହାତଉଠାଇ ନାହାନ୍ତି ବୋଲି ପ୍ରକାଶ କରିବା ସହ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମତ ରଖିଛନ୍ତି ପ୍ରଧାନଶିକ୍ଷୟତ୍ରୀ। ପୁଲିସ ପକ୍ଷରୁ ବିଦ୍ୟାଳୟରେ ତଦନ୍ତ ହୋଇଥିବା ବେଳେ ଅଭିଯୋଗକୁ ଅନୁଧ୍ୟାନ କରୁଛନ୍ତି ବୋଲି ବିଇଓ ଅଧିର କୁମାର ତରାଇ ପ୍ରକାଶ କରିଛନ୍ତି। ଘଟଣାର ବାସ୍ତବତା ଉନ୍ମୋଚନ ପାଇଁ ପୁଲିସ ଓ ଶିକ୍ଷାଧିକାରୀଙ୍କ ପଦକ୍ଷେପକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.